Tuesday, March 24, 2026
21.6 C
Odisha

    ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

    ଆଗକୁ ପଢନ୍ତୁ

    ମୁମ୍ବାଇ: ନୂଆ ବର୍ଷ ୨୦୨୪ ଆରମ୍ଭ ହୋଇଛି। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି । ଆରବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି, ସାଧାରଣତନ୍ତ୍ର ଦିବସ ଏବଂ ବିଭିନ୍ନ ରାଜ୍ୟରେ ପର୍ବପର୍ବାଣୀ ଯୋଗୁଁ ଜାନୁଆରୀ ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ରାଜ୍ୟ ଭିତ୍ତିରେ ଏହି ଛୁଟି ସଂଖ୍ୟା ଭିନ୍ନ ଭିନ୍ନ ହୋଇପାରେ । ଏବେ ଆସନ୍ତୁ ଦେଖିବା କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ । ରବିବାର, ୨ୟ ଓ ୪ର୍ଥ ଶନିବାରକୁ ମିଶାଇ ୬ ଦିନ ବ୍ୟାଙ୍କ ଛୁଟି ରହିବ । ପୁଣି ଜାତୀୟ ଦିବସ ଓ ରାଜ୍ୟ ଛୁଟିକୁ ମିଶାଇଲେ ଏହି ଛୁଟି ସଂଖ୍ୟା ଆହୁରି ବଢିବ । ଜାନୁଆରି ମାସରେ ୭,୧୩,୧୪,୨୦,୨୭,୨୮ ତାରିଖରେ ରବିବାର ଓ ଶନିବାର ପାଇଁ ବ୍ୟାଙ୍କ ଛୁଟି ରହିବ । ସେହିପରି ୧ ଜାନୁଆରିରେ ନୂଆ ବର୍ଷ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ଥିଲା । ୧୧ ଜାନୁଆରିରେ ମିଶନାରି ଦିବସ ପାଇଁ ମିଜୋରାମରେ ବ୍ୟାଙ୍କ ଛୁଟି ରହିବ । ୧୨ ଜାନୁଆରିରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଇଁ ପଶ୍ଚିମବଙ୍ଗରେ ବ୍ୟାଙ୍କ ଛୁଟି ରହିବ । ୧୫ ତାରିଖରେ ମକର ସଂକ୍ରାନ୍ତି ପାଇଁ ଦେଶର ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । କିନ୍ତୁ ଓଡ଼ିଶାରେ ସେଦିନ ବ୍ୟାଙ୍କ ଖୋଲା ରହିବ । ୧୬ ଓ ୧୭ ଜାନୁଆରି ଯଥାକ୍ରମେ ତିରୁଭଲ୍ଲୁର ଦିବସ ଓ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ୨୩ ଜାନୁଆରିରେ ନେତାଜୀ ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ସେହିପରି ୨୬ ଜାନୁଆରି ଗଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ