Sunday, October 4, 2026
30.6 C
Odisha

    ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ନିଜର ହିରୋ ବୋଲି କହିଲେ ଅନୁପମା

    ଆଗକୁ ପଢନ୍ତୁ

    ମୁମ୍ବାଇ: ୪୬ବର୍ଷ ବୟସରେ ସାଧାରଣତଃ ଟେଲି ଅଭିନେତ୍ରୀମାନେ ଶାଶୁ ବା ମା’ ଭୂମିକାରେ ଅଭିନୟ କରନ୍ତି। ହେଲେ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ୪୬ବର୍ଷ ବୟସରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଙ୍କ ସେ ଧାରଣା ଭାଙ୍ଗିଥିଲେ। ୨୦୨୦ରେ, କରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଥିବା ସୋ’ ‘ଅନୁପମା’ ଅଧିକ ଦେଖାଯାଇଥିବା ଏବଂ ‘ସବୁଠାରୁ ପ୍ରିୟ ଧାରାବାହିକରେ ପରିଣତ ହୋଇଥିଲା। ଏହି ସୋ’ର ଲୋକପ୍ରିୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। ନିକଟରେ ପ୍ରଧାନମନ୍ତ୍ରୀ ଏକ ‘ଭୋକାଲ୍ ଫର୍ ଲୋକାଲ୍’ ବିଜ୍ଞାପନ ଅଭିଯାନର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ରୂପାଲି ନଜର ଆସିଥିଲେ। ଏହାକୁ ନେଇ ରୂପାଲି ଏକ ସାକ୍ଷାତକାରରେ ନିଜର ଖୁସି ଜାହିର କରି କହିଛନ୍ତି ଯେ, ‘ମୋ ପାଇଁ ପ୍ରଧାନମନ୍ତ୍ରୀ ଜଣେ ଷ୍ଟାର, ଯିଏ ଦେଶକୁ ଏକ ନୂତନ ଉଚ୍ଚତାକୁ ଆଣିଛନ୍ତି । ଆଜି ମୁଁ ଗର୍ବର ସହିତ କହିପାରିବି ଯେ ମୁଁ ମୋଦୀଜୀଙ୍କ ଦେଶରୁ ଆସିଛି। ସେ ମୋର ହିରୋ। ଯେତେବେଳେ ମୁଁ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନର ଏକ ଅଂଶ ହେବାର ସୁଯୋଗ ପାଇଲି, ସେତେବେଳେ ମୁଁ ବହୁତ ଖୁସି ହୋଇଯାଇଥିଲି। ଏପରି କିଛି କାମ ସହିତ ଜଡିତ ହେବା ମୋ ପାଇଁ ଏକ ବଡ କଥା ଥିଲା । କାରଣ ମୁଁ ଦେଶରେ ନିର୍ମିତ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରେ। ଯେତେବେଳେ ମୁଁ ଥିବା ବିଜ୍ଞାପନ ଭିଡିଓକୁ ପ୍ରଧାନମନ୍ତ୍ରୀ ନିଜ ପେଜରେ ସେୟାର କରିଥିଲେ, ସେଦିନ ମୁଁ ଅନୁଭବ କଲି ଯେ, ମୋ ଜୀବନ ଧନ୍ୟ ହୋଇଗଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ