Sunday, October 4, 2026
30.6 C
Odisha

    ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୪ ପାଳିତ

    ଆଗକୁ ପଢନ୍ତୁ

    କଟକ ତେଲେଙ୍ଗାପେଣ୍ଠସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ୨୦୨୪ ଦିବସ ପାଳିତ ହୋଇଯାଇଛି । ଏଥିରେ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କର୍କଟ ରୋଗ ଏବଂ ଏହାର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ସେହିପରି ହସ୍ପିଟାଲ ପକ୍ଷରୁ ଡାକ୍ତର ରଣଜିତ କର, ଡ. ପ୍ରଶାନ୍ତ କୁମାର ପରିଡା, ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲର ସିଓଓ ଶାନ୍ତନୁ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସୁବ୍ରାହମ୍ ପାନି, ଡ. ସିଦ୍ଧାର୍ଥ ପଟ୍ଟନାୟକ, ଡ. ଗୋପାଳ ମହାନ୍ତି, ଡ. ସୁଶାନ୍ତ ପାଇକରାୟ, ଡ. ଜ୍ୟୋତି ପ୍ରକାଶ ସାମଲଙ୍କ ସମେତ ଅନ୍ୟାନ୍ୟ ଡାକ୍ତର, ହସ୍ପିଟାଲ ଷ୍ଟାଫ୍ ଏହି କାର୍ଯ୍ୟକ୍ରମରେ ସେମାନଙ୍କର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରାଯାଇ କର୍କଟ ରୋଗଜନିତ ଚେତାବନୀ ସହିତ ନିରାକରଣ ଇତ୍ୟାଦି ବିଷୟରେ ସଚେତନତା କରାଯାଇଥାଏ ।
    ଯେଉଁମାନେ ମାରାତ୍ମକ ରୋଗ ବିରୁଦ୍ଧରେ ପ୍ରତି ମୁହୂର୍ତ୍ତରେ ମାନସିକ ଏବଂ ଶାରୀରିକ ସଂଘର୍ଷ ଦେଇ ଗତି କରନ୍ତି । ଏହି ଦିନ ଏହି ରୋଗ ବିରୋଧରେ ସଂଗ୍ରାମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କୁ ସକରାତ୍ମକ ରହିବାକୁ ଉତ୍ସାହିତ କରିଥାଏ । କର୍କଟ ରୋଗୀଙ୍କୁ ଶୀଘ୍ର ସୁଦ୍ଧ ହେବାର ଆଶା ଦେବା ପାଇଁ ଏହା ଏକ ସୁଯୋଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ