Wednesday, March 25, 2026
37 C
Odisha

    ଜରୁରୀ ସୂଚନା; ଫେବ୍ରୁଆରି ମାସରେ ୧୧ଦିନ ବନ୍ଦ ରହିବ ବ୍ୟାଙ୍କ!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଆରବିଆଇର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ମାସର ୨୯ ଦିନ ମଧ୍ୟରୁ ବ୍ୟାଙ୍କ ୧୧ ଦିନ ପାଇଁ ଛୁଟି ରହିବ। ତେଣୁ ସମୟ ଥାଉଥାଉ ବ୍ୟାଙ୍କ ସହିତ ଜଡ଼ିତ ଥିବା କାମକୁ ‌ଶେଷ କରି ଦିଅନ୍ତୁ।

    ଫେବ୍ରୁଆରିରେ ବ୍ୟାଙ୍କଗୁଡ଼ିକ କେବେ ବନ୍ଦ ରହିବ ଜାଣନ୍ତୁ

    * ଫେବ୍ରୁଆରି ୪ ତାରିଖ ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

    * ଫେବ୍ରୁଆରି ୧୦ ତାରିଖ ମାସର ଦ୍ୱିତୀୟ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି।

    * ଫେବ୍ରୁଆରି ୧୧,୧୮,୨୫ ବି ରବିବାର ପଡ଼ୁଥିବା ହେତୁ ବ୍ୟାଙ୍କ ବନ୍ଦ।

    * ଫେବୃଆରି ୨୪ ତାରିଖ ମାସର ଚତୁର୍ଥ ଶନିବାର ହେତୁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ଛୁଟି ରହିବ।

    ଏହା ବ୍ୟତୀତ ସରସ୍ୱତୀ ପୂଜା, ଛତ୍ରପତି ଶିବାଜୀ ଜୟନ୍ତୀ ସମେତ ବିଭିନ୍ନ ପର୍ବ ପାଳନ ଅବସରରେ ବ୍ୟାଙ୍କଗୁଡିକ ଫେବ୍ରୁଆରି ମାସରେ ଅନେକ ଦିନ ବନ୍ଦ ରହିବ ବୋଲି ଆରବିଆଇର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇଥିବା ଛୁଟି ତାଲିକାରେ ସୂଚିତ ଅଛି।

    *ଫେବ୍ରୁଆରି ୧୪ ବସନ୍ତ ପଞ୍ଚାମି ଏବଂ ସରସ୍ୱତୀ ପୂଜା ଅବସରରେ ଅଗରତାଲା, ଓଡ଼ିଶା, କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

    *ଫେବ୍ରୁଆରି ୧୫ରେ ଲୁଇ ନଗାଇ ନି ଅବସରରେ ଇମ୍ଫାଲରେ ବ୍ୟାଙ୍କଗୁଡିକ ଛୁଟି।

    *ଛତ୍ରପତି ଶିବାଜୀ ଜୟନ୍ତୀ କାରଣରୁ ମହାରାଷ୍ଟ୍ରରେ ଫେବ୍ରୁଆରି ୧୯ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

    *ରାଜ୍ୟ ଦିବସ ଅବସରରେ ଆଇଜୋଲ ଏବଂ ଇର୍ଟାନଗରରେ ବ୍ୟାଙ୍କ ଛୁଟିଥିବା ବେଳେ ଫେବ୍ରୁଆରି ୨୬ରେ ନୟୋକୁମର  ଇର୍ଟାନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

    ଅନଲାଇନ୍, ୟୁପିଆଇ, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବାଗୁଡିକ ବ୍ୟାଙ୍କ ଛୁଟିଦିନ ଦିନ ଚାଲୁ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ