Sunday, October 11, 2026
28.3 C
Odisha

    ଘୃଣା ହାରିବ, ଇଣ୍ଡିଆ ଜିତିବ: ଆସ୍ଥା ଭୋଟ୍‌ରେ ବିଜୟୀ ହେବାପରେ ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ରାଞ୍ଚି: ନୂତନ ଭାବେ ଶପଥ ଗ୍ରହଣ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବାବେଳେ ବିରୋଧୀ ଦଳକୁ ମିଳିଛି ମାତ୍ର ୨୯ଟି ଭୋଟ୍‌। ତେବେ ଆସ୍ଥା ଭୋଟରେ ଜିତିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଥିଲେ। ଏହି ସମୟରେ ସେ କହିଥିଲେ ଯେ ଘୃଣା ପରାଜିତ ହେବ। ରାହୁଲ ଗାନ୍ଧୀ ଏବଂ କଳ୍ପନା ସୋରେନଙ୍କ ଫଟୋ ସେୟାର କରି କଂଗ୍ରେସ ଲେଖିଛି ଯେ ଆଜି କଳ୍ପନା ସୋରେନଙ୍କୁ ରାହୁଲ ଗାନ୍ଧୀ ଭେଟିଛନ୍ତି। ଆମେ ସମସ୍ତେ ଏକଜୁଟ ହୋଇ ନ୍ୟାୟ ସଂଗ୍ରାମ ଜାରି ରଖିବୁ ଏବଂ ଲୋକଙ୍କ ସ୍ୱର ଉତ୍ତୋଳନ କରିବୁ। ଘୃଣା ହାରିବ ଓ ଇଣ୍ଡିଆ ମେଣ୍ଟ ଜିତିବ | ଉଲ୍ଲେଖ ଥାଉ କି ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ଚମ୍ପାଇ ସୋ‌ରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳକୁ ପରାମର୍ଶ ଦେଇଥିଲେ। ଏହାପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଓ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ