Saturday, July 27, 2024
24.6 C
Odisha

    କଟକର ବାରବାଟୀରେ ହେବ ଆଇପିଏଲ ମ୍ୟାଚ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି । ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି । ଅରୁଣ ଜେଟଲି ଷ୍ଟାଡିୟମରେ ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ ପଡ଼ୁଥିବାରୁ ସେଥିପାଇଁ ଏହି ଷ୍ଟାଡିୟମ ପ୍ରସ୍ତୁତ ହୋଇନଥିବ । ଏଥିପାଇଁ ବାରବାଟୀକୁ ବିକଳ୍ପ ଭେନ୍ୟୁ ଭାବେ ବିଚାର କରାଯାଉଛି । ତେବେ ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

    ତେବେ ବାରବାଟୀରେ ଆଇପିଏଲ ମ୍ୟାଚ ଆୟୋଜନ ହେବା ନୂଆ କଥା ନୁହେଁ । ପୂର୍ବରୁ ଏହି ଷ୍ଟାଡିୟମରେ ବେଶ କେତୋଟି ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗସ-୧୧ ପଂଜାବର ଏହା ହୋମ ଗ୍ରାଉଣ୍ଡ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ