Friday, September 25, 2026
25.1 C
Odisha

    ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର: ରାଜନାଥ

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି | ତେବେ ରାଜନାଥ ଉପସ୍ଥିତ କର୍ମୀ ଓ ସାଧାରଣ ଜନତାଙ୍କୁ ବକ୍ତବ୍ୟରେ କହିଛନ୍ତି ଯେ ଓଡିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି | କାରଣ କଂଗ୍ରେସ ସରକାର ସମୟରେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ | ଏହି ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି | ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁଠି ରହିଥିଲା | ଆଜି ଆତଙ୍କବାଦ କେଉଁଠି ରହିଛି ଆପଣମାନେ ଜାଣିଛନ୍ତି | ପୁଲବାମା ଘଟଣା ପରେ ମୁହଁତୋଡ ଜବାବ ଦିଆଯାଇଛି | ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ହିଁ ସୀମିତ ରହିଛି | ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି | ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର | ମୋଦୀଙ୍କ ବାର୍ତ୍ତା ନେଇ ସବୁ କର୍ମୀ ଲାଭାର୍ଥିଙ୍କ ପାଖକୁ ଯାଆନ୍ତୁ | ସବୁ ଲାଭାର୍ଥିଙ୍କୁ ମୋଦୀ ଦେଉଥିବା ସୁବିଧା ମିଳିବା ଦରକାର | ବିଜେପି ହେଉଛି ଏକମାତ୍ର ଦଳ ଯାହାକି ଯାହା କହେ, ସେୟା ହିଁ କରେ | ନିର୍ବାଚନର ସବୁ ପ୍ରତିଶୃତି ଅକ୍ଷର ଅକ୍ଷରରେ ପାଳନ କରିଛୁ | ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ | ଦେଶ ଗଠନ ପାଇଁ ହିଁ କେବଳ ଆମେ ରାଜନୀତି କରୁଛୁ | କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି | ଉଲ୍ଲେଖ ଥାଉ କି ରାଜନାଥ ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରିଛନ୍ତି ।

    ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଆଲୋଚନା କରିଛନ୍ତି। ରାଜନାଥ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ନବରଙ୍ଗପୁର ପରେ ରାଜନାଥ ବ୍ରହ୍ମପୁର ଗସ୍ତରେ ଯିବେ | ସେଠାରେ ଆମ୍ବପୁଆ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ | ଏହାପରେ ବାରିପଦା ଯିବେ | ସେଠାରେ ମଧ୍ୟ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ