Friday, October 2, 2026
25.2 C
Odisha

    ଗଞ୍ଜେଇ ଟାଣୁଥିବା ସରକାରୀ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ସରକାରୀ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଗଞ୍ଜେଇ ଟାଣିବା ମହଙ୍ଗା ପଡ଼ିଛି। ଉକ୍ତ ଶିକ୍ଷକମାନଙ୍କ ଦରମାକୁ ଅଟକାଇ ଦେବା ସହିତ ସ୍କୁଲରେ ଗଞ୍ଜେଇ ଟାଣୁଥିବା ଘଟଣାକୁ କେନ୍ଦ୍ର କରି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।ସ୍କୁଲରେ ଗଞ୍ଜେଇ ଟାଣିବା ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳକ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ। ଅଭିଯୋଗରେ ବିଦ୍ୟାଳୟ ପରିଚାଳକ ଉଲ୍ଲେଖ୍ କରିଥିଲେ କି,‘ବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଏ। ଏଠାରେ ପିଲାଙ୍କୁ ଭଲ ରାସ୍ତା ଦେଖାଇ ମଣିଷ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।ବିଦ୍ୟାଳୟରେ ପିଲାମାନଙ୍କ ପାଠପଢ଼ା କିପରି ସଠିକ ଭାବେ ହେବ ତାହାର ଦାୟିତ୍ବ ପ୍ରଧାନଶିକ୍ଷକଙ୍କ ହାତରେ ଥାଏ। କିନ୍ତୁ ଯଦି ପ୍ରଧାନଶିକ୍ଷକ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହିତ ମଶି ଗଞ୍ଜେଇ ଟାଣିବେ ତେବେ ସେଠାକାର ପରିସ୍ଥିତି ଓ ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

    ଏହି ଘଟଣାର ଅଭିଯୋଗ ପରେ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଯାଞ୍ଚ କରିଥିଲେ। ଯାଞ୍ଚରୁ ସେ ଜାଣିବାକୁ ପାଇଥିଲେ କି, ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅନ୍ୟକର୍ମଚାରୀମାନେ ମିଶି ପ୍ରତିଦିନ ଗଞ୍ଜେଇ ଟାଣି ଥାଆନ୍ତି। ଏହାପରେ ଉକ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ବେତନ ବନ୍ଦ କରି ଦେବା ସହିତ ଶିକ୍ଷାନୁଷ୍ଠାନରେ ଏଭଳି କାମ କେଉଁ ଉଦ୍ଦେଶ୍ୟ ରଖି କରାଯାଇଥିଲା ତାହାର କାରଣ ଦର୍ଶାଇବାକୁ ନୋଟିସ ୩ଦିନ ଭିତରେ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ