Sunday, September 8, 2024
24.3 C
Odisha

    ସ୍ୱାସ୍ଥ୍ୟ ପାଇଁ ବରଦାନ ଠାରୁ କମ ନୁହେଁ ବିଟ୍ ଜୁସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

    ଆଗକୁ ପଢନ୍ତୁ

    ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ବର୍ଷା ଋତୁରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜୁସ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଲାଭ ମିଳିପାରିବ ଏବଂ ଏହା ହେଉଛି ବିଟ୍ ଜୁସ୍ । ବିଟରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ କମ୍ ନୁହେଁ ।

    ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟରେ ନିହାତି ବିଟ୍ ଅନ୍ତର୍ଭୁକ୍ତ କରିବା ଉଚିତ୍ । ପ୍ରତିଦିନ ନିୟମିତ ଭାବେ ବିଟ୍ ଜୁସ୍ ପିଇବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଅର୍ଥାତ୍ ଏହି ଜୁସ ପିଇବା ଦ୍ୱାରା ଆପଣ ବାରମ୍ବାର ଅସୁସ୍ଥ ହେବେ ନାହିଁ ଅର୍ଥାତ ରୋଗମୁକ୍ତ ରହିବେ । ତେବେ ଆସନ୍ତୁ ବିଟ ଜୁସ ପିଇବାର କିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ।

    ଆଜିର ଯୁଗରେ କେବଳ ଝିଅ ନୁହଁନ୍ତି ପୁଅମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ମୁହଁରେ ଥିବା ଦାଗ ଏବଂ ପିମ୍ପଲ ଦୂର ହୁଏ ନାହିଁ । ଯଦି ଆପଣ ଦାଗ ଏବଂ ପିମ୍ପଲ୍ ଦ୍ୱାରା ଅସୁବିଧାରେ ପଡୁଛନ୍ତି ତେବେ ବିଟ୍ ଜୁସ୍ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବିଟ୍ ଜୁସ୍ ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ବିଟ୍ ଜୁସ୍ ପିଇବା ଦ୍ୱାରା ଆପଣଙ୍କ ବ୍ଲଡ଼ ପ୍ରେସର ବହୁ ପରିମାଣରେ ନିୟନ୍ତ୍ରିତ ହୋଇପାରିବ ।

    କେବଳ ଏତିକି ନୁହେଁ, ଯଦି ଆପଣ ଛୋଟ ଛୋଟ ଜିନିଷ ଉପରେ ଷ୍ଟ୍ରେସ ନେବା ଆରମ୍ଭ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ବିଟ୍ ଜୁସ୍ ପିଇବା ଉଚିତ୍ । ବିଟ୍ ଜୁସ୍ ଆପଣଙ୍କୁ ଷ୍ଟ୍ରେସରୁ ମୁକ୍ତି ଦେବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହି ଜୁସରେ ମିଳୁଥିବା ଉପାଦାନଗୁଡିକ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ପ୍ରଭାବଶାଳୀ ହେବା ସହ ହୃଦଘାତ ଜନିତ ରୋଗର ବିପଦକୁ ଦୂର କରିବାରେ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ ।

    କେତେବେଳେ ପିଇବା ଉଚିତ ବିଟ୍ ଜୁସ୍?
    ବିଟ୍ ଜୁସ୍ ପିଇବାର ବେଷ୍ଟ ରେଜଲ୍ଟ ପାଇବା ପାଇଁ, ଆପଣ ସକାଳେ ବିଟ୍ ଜୁସ୍ ପିଇବା ଆରମ୍ଭ କରିବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ବିଟ୍ ଜୁସ୍ ପିଇବା ଦ୍ୱାରା ମୋଟାପଣରୁ ମଧ୍ୟ ମୁକ୍ତି ପାଇପାରିବେ । ଏହା ବ୍ୟତୀତ ବିଟ୍ ଜୁସ୍ ଡାଇବେଟିସ ଏବଂ ରକ୍ତହୀନତା ଭଳି ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହି ନ୍ୟାଚୁରାଲ ଡ୍ରିଙ୍କ ଆପଣଙ୍କ ଯକୃତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।

    ବିଟ୍ ଜୁସରେ ଆଇରନ, ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ପରି ଉପାଦାନଗୁଡିକ ମିଳିଥାଏ ଯାହା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ମଜବୁତ କରିବାକୁ ଚାହାଁନ୍ତି ଏବଂ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ବିଟ୍ ଜୁସ୍ ପିଇବା ଆରମ୍ଭ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ