Wednesday, April 8, 2026
37.8 C
Odisha

    ବାସ୍ତୁଶାସ୍ତ୍ରରେ ‘ବେଲପତ୍ର’ର ମହତ୍ତ୍ବ

    ଆଗକୁ ପଢନ୍ତୁ

    ହିନ୍ଦୁଧର୍ମରେ ଏମିତି ଅନେକ ବୃକ୍ଷଲତା ଅଛି, ଯେଉଁଥିରେ ଦେବଦେବୀ ବାସ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ସେସବୁ ମଧ୍ୟରେ ବେଲଗଛ ଅନ୍ୟତମ। ଦେବ ଦେବ ମହାଦେବଙ୍କ ପ୍ରିୟ ବେଲପତ୍ରର ମହତ୍ତ୍ବ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ମଧ୍ୟ ରହିଛି। ତେବେ ବେଲଗଛ ଲଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଅଛି। କାରଣ ଦିଗ ଅନୁସାରେ ଏହାକୁ ଲଗାଇବା ଦ୍ବାରା ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ବେଲପତ୍ର ବିନା ମହାଦେବଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ସୋମବାର ଦିନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ବାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।

    ଶିବପୁରାଣରେ କୁହାଯାଇଛି ଯେ, ଯେଉଁ ଘରେ ବେଲଗଛ ଅଛି, ତାହା କୌଣସି ତୀର୍ଥସ୍ଥଳଠାରୁ କମ୍‌ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ବେଲପତ୍ରକୁ କେବେ ମଧ୍ୟ ବାସି ବୋଲି କୁହାଯାଏ ନାହିଁ। ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ବାରା କୋଟି କନ୍ୟାଦାନର ପୁଣ୍ୟ ମିଳିଥାଏ। ଦରିଦ୍ରତା ଦୂର ହେବା ସହ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହୁଏ। ଟଙ୍କା ରଖାଯାଉଥିବା ସ୍ଥାନରେ ବେଲପତ୍ର ରଖିବା ଲାଭଦାୟକ। ଏହାଦ୍ବାରା ଘରେ ଖୁସି ଓ ସୁଖସମୃଦ୍ଧିର ଆଗମନ ହୋଇଥାଏ। ବାସ୍ତୁ ଅନୁସାରେ, ଧନ ବୃଦ୍ଧି ପାଇଁ ଘରର ଉତ୍ତର-ଦକ୍ଷିଣ ଦିଗରେ ବେଲଗଛ ଲଗାଇବା ଆବଶ୍ୟକ। ଘରେ ବେଲଗଛ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କର ପାପକ୍ଷୟ ହୋଇଥାଏ।

    ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଘରର ଉତ୍ତର–ପଶ୍ଚିମ ଦିଗରେ ବେଲଗଛ ଲଗାଇବା ଦ୍ବାରା ଘରର ସଦସ୍ୟମାନେ ଶକ୍ତିବାନ ଓ ବୁଦ୍ଧିସମ୍ପନ୍ନ ହୋଇଥାନ୍ତି। ବାସ୍ତୁ ଅନୁସାରେ ଘରେ ବେଲଗଛ ଥିଲେ, କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିନଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହୁଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଘରେ ବେଲ ଗଛ ଲଗାଇବା ଦ୍ବାରା ଚନ୍ଦ୍ରଦୋଷ ଦୂର ହୋଇଥାଏ। ଏହା ସହିତ ଜାତକରେ ଥିବା ଅନ୍ୟ ଦୋଷ ମଧ୍ୟ ଦୂର ହୁଏ। ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଓ ଅମାବାସ୍ୟା, ସଂକ୍ରାନ୍ତି ତିଥି ଏବଂ ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ। ଗୋଟିଏ ଶାଖାରେ ଥିବା ତିନୋଟି ପତ୍ରକୁ ଭିନ୍ନ ଭିନ୍ନ କରି ତୋଳନ୍ତୁ ନାହିଁ। ତ୍ରିଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ