Thursday, May 2, 2024
34.9 C
Odisha

    ପେଟ ବାହାରିବାର ପଛରେ ରହିଛି ଏହି କାରଣ

    ଆଗକୁ ପଢନ୍ତୁ

    ଖାଦ୍ୟ ଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ନିଜର ଖାମ ଖିଆଲୀ ମନଭାବ ପାଇଁ ଆମର ଖାଦ୍ୟପେୟ ସମୟ ଠିକ ରହିନଥାଏ । ବିଳମ୍ୱିତ ରାତି ଯାଏଁ ମୋବାଇଲ ବ୍ୟବହାର କରିବା ନହେଲେ ମନ ପସନ୍ଦିଆ ଟିଭି ପ୍ରୋଗ୍ରାମ ଦେଖିବା କାରଣରୁ ଆମେ ବିଳମ୍ବରେ ରାତ୍ରି ଭୋଜନ କରିଥା’ନ୍ତି ।

    ବିଳମ୍ବରେ ଖାଇ ବିଳମ୍ବରେ ସୋଇଥାନ୍ତି ଯେଉଁଥି ପାଇଁ ସକାଳୁ ବିଳମ୍ବରେ ଉଠିଥାନ୍ତି । ଫଳରେ ଆମର ଦୈନଦିନର କାର୍ଯ୍ୟଶୈଳୀ ଉପରେ ଏହା ପ୍ରଭାବ ପକାଇଥାଏ । ଏହାକୁ ନେଇ ଖାଦ୍ୟପେୟର ଟାଇମ ଟେବୁଲ ବି ଏପଟ ସେପଟ ହୋଇଯାଇଥାଏ । ହେଲେ ଏହା ଆମ ଉପରେ ସାଧାରଣତଃ ପ୍ରଭାବ ପକାଇଥାଏ ଭାବି ଆମେ ଏହାକୁ ଅଣଦେଖା କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ବିପଦ ଭଳି ସମସ୍ୟା ଆଣି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ବିଳମ୍ବରେ ରାତ୍ରି ଭୋଜନ କରିବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ ।

    ବେଶୀ ସମୟ ଖାଦ୍ୟ ବାହାରେ ରହିବା ଦ୍ୱାରା ଖାଦ୍ୟ ଖରାପ ମଧ୍ୟ ହୋଇଯାଇଥାଏ । ଖାଦ୍ୟର ସ୍ୱାଦ କମିଯାଇଥାଏ ଯେଉଁ କାରଣରୁ ଆପଣ ଅଧା ଖାଇ ସୋଇଯାଇଥାନ୍ତି । ଯେଉଁ କାରଣରୁ ଆପଣଙ୍କ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ ।
    ନିୟମିତ ବିଳମ୍ବ ରାତ୍ରିରେ ଭୋଜନ କରିବା ଦ୍ୱାରା ପେଟ ବଢିଥାଏ । ଯାହା ସାଧାରଣ ଭାବେ ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହାକୁ ପୁଣି ସୁଧାରିବା ପାଇଁ ଟଙ୍କା ଖର୍ଚ୍ଚ କରି ଜିମ୍ କିମ୍ୱା ଡାଏଟ କରିବାକୁ ପଡିଥାଏ ।
    ଏହା ସହିତ ଭୋକରୁ ବର୍ତ୍ତିବା ପାଇଁ ରାତିରେ ହେଭି ମିଲ ଭୋଜନ କରିବା ଦ୍ୱାରା ବଦହଜମି ହୋଇଥାଏ । ଏହା ସହ ଖାଇକି ସଙ୍ଗେ ସଙ୍ଗେ ସୋଇଯିବାରୁ ହଜମ ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ ।
    ସେହିପରି ରାତିରେ ବିଳମ୍ବରେ ଭୋଜନ କରିବା ଦ୍ୱାରା ଅନେକ ଲୋକଙ୍କ ନିକଟରେ ରକ୍ତଚାପ, ମେଦବହୁଳ, ହୃଦଘାତ ଏବଂ ମଧୁମେହ ଭଳି ବଡ଼ ବଡ଼ ମାରାତ୍ମକ ରୋଗ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପ୍ରତିଦିନ ସଂଧ୍ୟା ୭ ରୁ ୮ଟା ମଧ୍ୟରେ ରାତ୍ରି ଭୋଜନ କରିବା ଭଲ । ଅତିବେଶୀରେ ରାତି ୯ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.9 ° C
    34.9 °
    34.9 °
    13 %
    1.8kmh
    99 %
    Thu
    37 °
    Fri
    43 °
    Sat
    43 °
    Sun
    45 °
    Mon
    44 °

    ସମ୍ବନ୍ଧିତ