Sunday, December 1, 2024
18.9 C
Odisha

    ମଜଭୁତ ଏବଂ ଘନ କେଶ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    କେଶକୁ ଘନ ଏବଂ ସୁନ୍ଦର ରଖିବାକୁ କିଏ ବା ନଚାହେଁ । ଝିଅଙ୍କଠାରୁ ଆରମ୍ଭ କରି ପୁଅମାନେ ମଧ୍ୟ କେଶକୁ ସୁନ୍ଦର ରଖିବା ପାଇଁ ଚାହିଁଥାନ୍ତି । କିନ୍ତୁ ଆଜିକାଲି କେଶ ଝଡିବା ସମସ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । କେଶ ଛଡିବାକୁ ନେଇ ବହୁତ କିଛି ସମସ୍ୟା ଉପୁଜୁଛି । ଏହାକୁ ନେଇ କେହି କେହି ହେୟାର କେୟାର ପ୍ରଡକ୍ଟ ବ୍ୟବହାର କଲେଣି ତ କେହି ପାର୍ଲରରେ ସ୍ପା’ କରିଥାନ୍ତି । ଏହିସବୁ କରିବା ଫଳରେ ମଧ୍ୟ କେଶ ଝଡିବା ସମସ୍ୟା ଦୂର ହୋଇନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଟିପ୍ସକୁ ଆପଣେଇଲେ ଏହି ସମସ୍ୟାରୁ ମୁକ୍ତି ପାଇବା ।

    ମେଥି ମଞ୍ଜି କେଶକୁ ସ୍ମୁଥ୍ ରଖିବ :

    ମେଥି ଶାଗ ଖିଆଯାଏ, ଏହା ବ୍ୟତୀତ ମେଥି ମଞ୍ଜିକୁ ତଡକାରେ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ । ଯେଉଁମାନଙ୍କର କେଶ ବହୁତ ମାତ୍ରାରେ ଝଡୁଛି ସେହିମାନେ ମେଥି ମଞ୍ଜିକୁ ବ୍ୟବହାର କରିବା ନିହାତି ଆବଶ୍ୟକ । ଏହାକୁ ଅନେକ ଉପାୟରେ ବ୍ୟବହାର କରାଯାଏ, ଯେମିତିକି ମେଥି ମଞ୍ଜିକୁ ସୁଖାଇବା ପରେ ଗ୍ରାଇଣ୍ଡି କରି ନଡିଆ ତେଲରେ ମିଶାଇ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।

    ଭୃସଙ୍ଗ ପତ୍ର କେଶକୁ ଚମକାଇବ :

    ଭୃସଙ୍ଗ ପତ୍ର ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଭୃସଙ୍ଗ ପତ୍ରକୁ ଫୁଟାଇ ପତ୍ରିଦିନ କେଶରେ ଲଗାଇବା ଜରୁରୀ । ଏହା କେଶ ଝଡିବା ସମସ୍ୟାକୁ କମ୍‌ କରିଥାଏ । ଏହା ବ୍ୟତୀତ, ଭୃସଙ୍ଗ ପତ୍ର ଏବଂ ମେଥି ମଞ୍ଜିକୁ ଗ୍ରାଇଣ୍ଡି କରି ଲଗାଇବା ଦ୍ୱାରା କେଶ ଚମକି ଥାଏ । ଏହା ସହ ପ୍ରତ୍ୟକ ଦିନ ଖାଇଥିବା ଖାଦ୍ୟରେ ଦୁଇଟି ଭୃସଙ୍ଗ ପତ୍ର ଖାଇବା ନିହାତି ଆବଶ୍ୟକ ।

    ପିଆଜ ରସ :

    ପିଆଜ ରସ କେଶ ପାଇଁ ଏକ ଉତ୍ତମ ଉପାଦାନ । ଏହା କେଶ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ କେଶକୁ ମଧ୍ୟ ବୃଦ୍ଧି କରାଇଥାଏ । ଯଦି କେଶ ଉପୁଡୁଛି ତେବେ ପିଆଜ ରସକୁ ଆପଣାନ୍ତୁ । ପିଆଜ ରସକୁ ଆପଣ ୩୦ ମିନିଟ୍‌ କେଶରେ ଲଗାଇ ତା’ପରେ କେଶକୁ ଧୋଇଦେବା ଉଚିତ୍‌ । ଏହିପରି ଯଦି ଆପଣ ସପ୍ତାହକୁ ଗୋଟିଏ ଥର କରନ୍ତି, ତେବେ ଆପଣଙ୍କୁ ରେଜଲ୍ଟ ବହୁତ ଶୀଘ୍ର ମିଳିବ ।

    ଲେମ୍ବୁର ରସ :
    ଲେମ୍ବୁ ରସ କେଶ ପାଇଁ ବହୁତ ଉପଯୋଗୀ । ଲେମ୍ବୁ ରସକୁ ନଡିଆ କିମ୍ବା ସୋରିଷ ତେଲରେ ମିଶାନ୍ତୁ ଏବଂ ସାମ୍ପୁ କରିବା ପୂର୍ବରୁ ଯଥା ୧ ରୁ ୧.୫ ଘଣ୍ଟା ପୂର୍ବରୁ ଏହାକୁ କେଶରେ ଲଗାନ୍ତୁ ଏବଂ କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି କରିବା ଫଳରେ କେଶ ଛଡିବା ସମସ୍ୟା ଦୂର ହୋଇଥାଏ । ଏହା ସହ ଲେମ୍ବୁକୁ ଯଦି ଆପଣଙ୍କ କେଶରେ ଘସନ୍ତି, ତେବେ ଏହା ରୂପି ସମସ୍ୟାକୁ ମଧ୍ୟ କମ୍‌ କରିଥାଏ ।

    ରସୁଣ କେଶକୁ ଗ୍ରୋଥ୍‌ କରାଏ :
    ରସୁଣ ଯାହା ଖାଦ୍ୟରେ ଏକ ସ୍ୱତନ୍ତ୍ର ସୁଗନ୍ଧ ଏବଂ ଭଲ ସ୍ୱାଦ ଆଣିଥାଏ । ଏହା ଅନେକ ଗୁଣରେ ପରିପୂର୍ଣ୍ଣ ହୋଇଥାଏ । କେଶ ଝଡିବା ଏବଂ କେଶକୁ ମଜବୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ରସୁଣ ରସ ସିଧାସଳଖ କେଶର ମୂଳରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ରସୁଣର ରସକୁ ନଡିଆ କିମ୍ବା ଅଲିଭ୍‌ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା ଲାଭଦାୟକ ହୋଇଥାଏ ।

    ଯଦି ଆପଣ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଟିପ୍ସକୁ ନିୟମିତ ଭାବରେ କରନ୍ତୁ, ଦେଖିବେ ବହୁତ କମ୍‌ ଦିନ ଭିତରେ ଆପଣଙ୍କୁ ରେଜଲ୍ଟ ମିଳିଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.9 ° C
    18.9 °
    18.9 °
    97 %
    1.3kmh
    88 %
    Sun
    19 °
    Mon
    26 °
    Tue
    27 °
    Wed
    29 °
    Thu
    29 °

    ସମ୍ବନ୍ଧିତ