Friday, November 6, 2026
27 C
Odisha

    ସେମିଳିଗୁଡ଼ା ରେଞ୍ଜରେ ବୁଲୁଛି ବାଘ, ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ

    ଆଗକୁ ପଢନ୍ତୁ

    କୋରାପୁଟ : ସେମିଳିଗୁଡ଼ା ରେଞ୍ଜରେ ବୁଲୁଛି ବାଘ । ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ । କୋରାପୁଟ ବନଖଣ୍ଡ  ସେମିଳିଗୁଡ଼ା ବନାଞ୍ଚଳରେ ଏକ ବାଘ ଚଳପ୍ରଚଳ ଦେଖିବାକୁ ମିଳିଛି । ବାଘଟି ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଆସି ସେମିଳିଗୁଡ଼ା ରେଞ୍ଜ ଅଧୀନରେ ଚଳପ୍ରଚଳ କରୁଥିବା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

    ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଜାରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଗାଁ ଗୁଡ଼ିକରେ ସତର୍କତା କରାଯାଉଛି । ବିପଦପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ନଯିବା ଏବଂ ବାଘକୁ ହଇରାଣ ନକରିବା କିମ୍ବା ତା’ର ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    70 %
    1.6kmh
    2 %
    Fri
    28 °
    Sat
    27 °
    Sun
    27 °
    Mon
    27 °
    Tue
    27 °

    ସମ୍ବନ୍ଧିତ