Friday, October 16, 2026
22.3 C
Odisha

    ମା’ ହେଲେ ହାସ୍ୟ ଅଭିନେତ୍ରୀ; ଡାକ୍ତର ସ୍ବାମୀ ସେୟାର କଲେ ଭିଡିଓ

    ଆଗକୁ ପଢନ୍ତୁ

    ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡାକ୍ତର ସଙ୍କେତ ଭୋସଲେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁଗନ୍ଧାଙ୍କ ସ୍ବାମୀ ଡାକ୍ତର ସଙ୍କେତ ଭୋସଲେ ଏହି ଖୁସି ଖବରକୁ ଇନଷ୍ଟାଗ୍ରାମ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଡାକ୍ତର ସଙ୍କେତ ଭୋସଲେ ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଖୁସିଖବର ଦେଇ କହିଛନ୍ତି, ‘ମୁଁ ପିତା ହୋଇଯାଇଛି ଏଥିପାଇଁ ଖୁବ ଖୁସି। ଏହି ଖୁସିକୁ ବଖାଣିବାକୁ ମୋ ପାଖରେ ଶବ୍ଦ ନାହିଁ।’

    ଏହାପରେ ଭିଡିଓରେ ସଙ୍କେତ ହସ୍ପିଟାଲର ବିଛଣାରେ ଶୋଇଥିବା ତାଙ୍କ ପତ୍ନୀ ସୁଗନ୍ଧାଙ୍କ ଆଡକୁ କ୍ୟାମେରା ଦେଖାଇ କହୁଛନ୍ତି, ‘ସେ ମା’ ହୋଇସାରିଛନ୍ତି।’ ଏହି ଭିଡିଓ ସେୟ‌ାର କରି ଡାକ୍ତର ଭୋସଲେ କ୍ୟାପସନରେ ଲେଖିଛନ୍ତି, ୟୁନିଭର୍ସ ଆମକୁ ସବୁଠାରୁ ସୁନ୍ଦର ଚମତ୍କାର ଆଶୀର୍ବାଦ ଦେଇଛି, ଆମ ପ୍ରେମର ପ୍ରତୀକ .. ଆମକୁ ଏକ ସୁନ୍ଦର ଶିଶୁ କନ୍ୟା ଉପହାରରେ ମିଳିଛି। ଦୟାକରି ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ଆମ ଉପରେ ରଖିଥାଆନ୍ତୁ। କାରଣ ଆଗକୁ ବାଟ ଚାଲିବାକୁ ହେଲେ ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ।’ ବିବାହର ଅଢେଇ ବର୍ଷ ପରେ ସଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ମାତାପିତା ହୋଇଛନ୍ତି। ଏହି ଦମ୍ପତି ଅକ୍ଟୋବର ମାସରେ ନୂଆ ଅତିଥି ସେମାନଙ୍କ ଘରକୁ ଆସିବ ବୋଲି ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ