Tuesday, September 29, 2026
23.1 C
Odisha

    କମଲା ହାରିସଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

    ଆଗକୁ ପଢନ୍ତୁ

    ୱାଶିଂଟନ:୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବୁଧବାର ଫ୍ଲୋରିଡାର ୱେଷ୍ଟ ପାମ ବିଚ୍‌ରେ ତାଙ୍କ ସମର୍ଥକଙ୍କ ଏକ ଗୋଷ୍ଠୀକୁ ସମ୍ବୋଧିତ କରିଛନ୍ତି। ଏପଟେ ବିଜୟୀ ହୋଇ ଟ୍ରମ୍ପ୍‌ ଖୁସି ମନାଉଥିବା ବେଳେ ସେପଟେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କର ପ୍ରଶଂସା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌।
    ନିର୍ବାଚନ ଫଳାଫଳ ଘୋଷଣା କରେ ବାଇଡେନ୍‌ କହିଛନ୍ତି ଯେ କମ୍‌ଲା ହାରିସ ସର୍ବଦା ଆମେରିକୀୟଙ୍କ ପାଇଁ ଜଣେ ଚାମ୍ପିୟନ୍‌ ହୋଇ ରହିବେ। ଏହାଛଡ଼ା ସେ ଉଦ୍ଦେଶ୍ୟ, ନିଷ୍ଠା ଏବଂ ଆନନ୍ଦ ସହିତ ସଂଗ୍ରାମ ଜାରି ରଖିବେ ବୋଲି ମଧ୍ୟ ବାଇଡେନ୍‌ କହିଛନ୍ତି।

    ବୁଧବାର ସନ୍ଧ୍ୟାରେ ହ୍ବାଇଟ୍‌ ହାଉସ ଦ୍ବ‌ାରା ଜାରି ଏକ ବିବୃତିରେ ଟ୍ରମ୍ପଙ୍କୁ ଆମେରିକାର ୪୭ ତମ ରାଷ୍ଟ୍ରପତି ଘୋଷିତ ହେବାର କିଛି ଘଣ୍ଟା ପରେ ବଇଡେନ୍‌ କହିଛନ୍ତି ଯେ ଅସାଧାରଣ ପରିସ୍ଥିତିରେ ହାରିସ ଏକ ଐତିହାସିକ ନିର୍ବାଚନ ପ୍ରଚାର କରିଥିଲେ।

    ସେପେଟ ଟ୍ରମ୍ପ୍‌ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ପ୍ରତି ହୋଇଥିବା ହତ୍ୟା ଉଦ୍ୟମ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ‘‘ଭଗବାନ ଏକ କାରଣ ପାଇଁ ମୋ ଜୀବନ ବଞ୍ଚାଇଥିଲେ। ସେହି କାରଣ ଥିଲା ଆମ ଦେଶକୁ ବଞ୍ଚାଇବା ଏବଂ ଆମେରିକାର ମହାନତାକୁ ଫେରାଇ ଆଣିବା। ଏବେ ଆମେ ମିଳିତ ଭାବେ ସେହି ମିସନକୁ ପୂରଣ କରିବା।’’

    ଫ୍ଲୋରିଡାରେ ଅନୁଷ୍ଠିତ ବିଜୟ ରାଲିରେ ନିଜର ରନିଂ ମେଟ୍ ଜେଡି ଭାନ୍ସଙ୍କ ସହ ଜନତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ ତାଙ୍କର ଏହି ବିଜୟକୁ ସର୍ବକାଳୀନ ସର୍ବଶ୍ରେଷ୍ଠ ରାଜନୈତିକ ଆନ୍ଦୋଳନ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ