Saturday, September 19, 2026
24.7 C
Odisha

    ୫୦ ବର୍ଷ ମଧ୍ୟରେ ଆମେରିକାର ସବୁଠାରୁ ବଡ଼ ଧର୍ମଘଟ: ଚୀନ୍-ପାକିସ୍ଥାନର ସମସ୍ୟା ବଢ଼ିଲା

    ଆଗକୁ ପଢନ୍ତୁ

    ୱାଶିଂଟନ: ଆମେରିକାରେ ୫୦,୦୦୦ରୁ ଅଧିକ ବନ୍ଦର କର୍ମଚାରୀ ଧର୍ମଘଟ ଡାକରା ଦେଇଛନ୍ତି। ୧୯୭୭ପରଠାରୁ ଗତ ୫୦ ବର୍ଷ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶ୍ରମିକ ଧର୍ମଘଟରେ କରିଛନ୍ତି। ଏହି ବନ୍ଦରଗୁଡିକ ଆମେରିକାର ମୋଟ ଆମଦାନୀର ପ୍ରାୟ ୪୦ପ୍ରତିଶତ ଅଂଶଧନ ପରିଚାଳନା କରିଥାଏ।

    ଏହି ଧର୍ମଘଟ ଯୋଗୁ ଆମେରିକାରେ ପ୍ରତିଦିନ ୫ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ଘଟିବାର ଆଶଙ୍କା ରହିଛି। ଚୁକ୍ତିନାମା ବିଫଳ ହେବା ଯୋଗୁ ବନ୍ଦର କର୍ମଚାରୀମାନେ ଧର୍ମଘଟରେ ଅଛନ୍ତି। ଜୁନ୍ ମାସରେ ବନ୍ଦର ଶ୍ରମିକ ସଂଗଠନ ଆଇଏଲଏ ଆମେରିକା ସାମୁଦ୍ରିକ ଆଲାଏନ୍ସ ସହିତ ଆଲୋଚନାକୁ ସ୍ଥଗିତ ରଖିଥିଲା ​।

    କୌଣସି ଚୁକ୍ତି ବିନା ସେପ୍ଟେମ୍ବର ୩୦ରେ ଚୁକ୍ତିନାମା ସମାପ୍ତ ହୋଇଛି। ଯଦି ଏହି ଧର୍ମଘଟ ଏକ ମାସ ପର୍ଯ୍ୟନ୍ତ ଜାରି ରହେ, ତେବେ ଏହା ଯୋଗୁ ଆମେରିକାରେ ୧୩୦ ବିଲିୟନ ଡଲାରର କ୍ଷତି ଘଟାଇପାରେ।

    ସାମ୍ପ୍ରତିକ ଚୁକ୍ତିନାମା ଅନୁଯାୟୀ, ୟୁନିଅନର ସଦସ୍ୟମାନେ ଘଣ୍ଟାକୁ ୨୦ ରୁ ୩୭ ଡଲାର ପର୍ଯ୍ୟନ୍ତ ମଜୁରୀ ଗ୍ରହଣ କରନ୍ତି। ଆସନ୍ତା ଛଅ ବର୍ଷ ମଧ୍ୟରେ ଏଥିରେ ୩୨ ପ୍ରତିଶତ ବୃଦ୍ଧି କରିବାକୁ ସେମାନେ ଚାହୁଁଛନ୍ତି। ବର୍ତ୍ତମାନ ଆମେରିକାରେ ପ୍ରାୟ ୩୮ପ୍ରତିଶତ ଆମଦାନୀ ଇଷ୍ଟ ଏବଂ ଗଲ୍ଫ କୋଷ୍ଟ ବନ୍ଦରରୁ ଆସିଥାଏ। ଗତ ବର୍ଷ ୨୬.୭ ଲକ୍ଷ ମେଟ୍ରିକ୍ ଟନ୍ ସୋୟାବିନ୍ ବନ୍ଦରଗୁଡ଼ିକ ମାଧ୍ୟମରେ ଆମଦାନୀ ହୋଇଥିଲା। ସେହିଭଳି ୧୯.୫ ଲକ୍ଷ ଟନ୍ କୁକୁଡ଼ାଜାତ ଦ୍ରବ୍ୟ ଏହି ବନ୍ଦର ଦେଇ ଆସିଥିଲା ​।

    ଯଦି ଏହି ଧର୍ମଘଟ ଦୀର୍ଘ ସମୟ ଧରି ଜାରି ରହେ, ତେବେ ଏହା ପୁଣି ଥରେ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ବନ୍ଦରଗୁଡିକ ମାଧ୍ୟମରେ ସାମଗ୍ରୀ ଆମଦାନୀ କରୁଥିବା କମ୍ପାନୀଗୁଡିକ ମଧ୍ୟରେ ୱାଲମାର୍ଟ, ଇକିଆ, ହୋମ ଡିପୋ, ଡଲାର ଜେନେରାଲ ଏବଂ ଆମାଜନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ରପ୍ତାନି ବଜାର ମଧ୍ୟ ଏହି ବନ୍ଦରଗୁଡ଼ିକ ଉପରେ ନିର୍ଭରଶୀଳ ।

    ଏହି ବନ୍ଦରଗୁଡିକରୁ ୧୯.୧ଲକ୍ଷ ଟନ୍ ସାମଗ୍ରୀ ଚୀନ୍‌କୁ ରପ୍ତାନି ହେଉଛି। ସେହିଭଳି ଇଣ୍ଡୋନେସିଆକୁ ୧୩ ଲକ୍ଷ ଟନ୍ ସାମଗ୍ରୀ, ଭିଏତନାମକୁ ୧୦.୮ ଲକ୍ଷ ଟନ୍, ପୁର୍ଟୋ ରିକୋକୁ ୯.୮ ଲକ୍ଷ ଟନ୍, ତାଇୱାନକୁ ୮.୩ ଲକ୍ଷ ଟନ୍, ତୁର୍କୀକୁ ୪.୭ ଲକ୍ଷ ଟନ୍ ଏବଂ ପାକିସ୍ତାନକୁ ୩.୧ ଲକ୍ଷ ଟନ୍ ରପ୍ତାନି କରାଯାଇଛି। ଆମେରିକାରୁ ପାକିସ୍ଥାନକୁ ଜଳପଥ ମାଧ୍ୟମରେ ରପ୍ତାନିର ଏହା ହେଉଛି ୮୧ ପ୍ରତିଶତ।

    ପ୍ରତିବର୍ଷ ଏହି ବନ୍ଦରଗୁଡିକରୁ ୩୮ଲକ୍ଷ ମେଟ୍ରିକ୍ ଟନ୍ କଦଳୀ ଆମଦାନି ହୋଇଥାଏ ଯାହା ମୋଟ ଆମଦାନର ୭୫ ପ୍ରତିଶତ ଅଟେ । ସେହିଭଳି ୯୦ ପ୍ରତିଶତ ଚେରି, ୮୫ପ୍ରତିଶତ କେନଡ୍ ଖାଦ୍ୟ, ୮୨ ପ୍ରତିଶତ ହଟ୍ ପେପର୍ସ ଏବଂ ୮୦ ପ୍ରତିଶତ ଚକୋଲେଟ୍ ଏହି ବନ୍ଦରରୁ ଆମଦାନି ତତା ରପ୍ତାନି ହୋଇଥାଏ । ଏହି ଧର୍ମଘଟ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିବ ବ‌ୋଲି ଆଶଙ୍କା ପ୍ରକାଶ ପାଇଛି।

    ନିକଟ ଅତୀତରେ ଆମେରିକାର ଏହା ହେଉଛି ସବୁଠାରୁ ବଡ଼ ଧର୍ମଘଟ। ଏହା ଚୀନ୍ ଏବଂ ପାକିସ୍ଥାନ ସମେତ ବିଶ୍ବର ଅନେକ ଦେଶ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେବେ ଏହାଯୋଗୁ ଚୀନ୍ ଏବଂ ପାକିସ୍ତାନ ଅଧିକ ସଙ୍କଟରେ ପଡ଼ିବେ ବୋଲି କୁହାଯାଉଛି। ଧର୍ମଘଟ ନେଇ ଚୀନ୍ ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    0.7kmh
    100 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ