Sunday, June 22, 2025
34.6 C
Odisha

    ଜେଡିୟୁ ଆରଜେଡି ମେଂଟରେ ଫାଟ, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଂଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠୀ ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ସେପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ବୁଧବାର ଏକ କାର୍ଯ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । ବିନା ନା ନେଇ ବଂଶବାଦ ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଓ ତିକ୍ତତା ଥିଲା ତାହା ବଢ଼ିବାରେ ଲାଗିଛି । ସେପଟେ ବିହାର ରାଜନୀତିରେ କ’ଣ ଚାଲିଛି ତା ଉପରେ ନଜର ରଖିଛି ବିଜେପି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ବସିଥିବା ବୈଠକରେ ବିହାର ରାଜନୀତି ଘଟଣାକ୍ରମ ଉପରେ ଚର୍ଚ୍ଚା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    45 %
    4.5kmh
    73 %
    Sun
    33 °
    Mon
    32 °
    Tue
    34 °
    Wed
    26 °
    Thu
    31 °

    ସମ୍ବନ୍ଧିତ