Monday, October 12, 2026
28.9 C
Odisha

    ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ

    ଆଗକୁ ପଢନ୍ତୁ

    ସମ୍ବଲପୁର: ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ୧୧ ଦିନ ଧରି ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବିଜୟିନୀ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବିଜୟିନୀଙ୍କ ଚିକିତ୍ସା କରୁଥିଲେ । ଏବେ ପିଲାଟି ସୁସ୍ଥ ଥିବାବେଳେ ତାର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି । ଶିଶୁର ଓଜନ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୨ ତାରିଖ ଦିନ ଅପରାହ୍‌ଣରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଖପାଖର କିଛି ଲୋକ ଯାଇଥିଲେ। ସେଠାରେ ସେମାନେ ପରିତ୍ୟକ୍ତ ନଳକୂପ ଭିତରେ ଜଣେ ନବଜାତ ଶିଶୁର କ୍ରନ୍ଦନ ଶୁଣିଥିଲେ। ଏନେଇ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ ଟିମ୍‌ର କର୍ମଚାରୀଙ୍କ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୦ ଫୁଟ୍‌ ଭିତରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ଡାକ୍ତରଖାନାକୁ ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ