Thursday, February 26, 2026
21.7 C
Odisha

    ସଲ୍‌ମାନଙ୍କ ଘର ଆଗରେ ଗୁଳି ଫୁଟାଇଥିବା ୨ ଅଭିଯୁକ୍ତ ଗୁଜୁରାଟରୁ ଗିରଫ ହେଲେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲ୍‌ମାନ ଖ‌ାନ୍‌ଙ୍କ ଘର ବାହାରେ ଏପ୍ରିଲ ୧୪ ତାରିଖ ଦିନ ଗୁଳି ଫୁଟାଇ କିଛି ଅଜଣା ଦୁର୍ବୃତ୍ତ ସଲମାନ ଖାନଙ୍କୁ ହତ୍ୟା କରିବାକୁ  ଉଦ୍ୟମ କରିଥିବା କୁହାଯାଉଥିଲା। ଏବେ ସେହି ବ୍ୟକ୍ତିଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି। ଗୁଜୁରାଟର ଭୁଜଠାରୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ଶ୍ରୀଯୋଗନ୍ଦ୍ରେ ବଲ୍‌। ସେମାନେ ଦୁହେଁ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାସ୍ଥିତ ମାସିହିର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେ ଦୁଇ ଜଣଙ୍କୁ ଆଜି ସକାଳୁ ମୁମ୍ବାଇ ନିଆଯିବାର ଯୋଜନା ରହିଛି।

    ସୂଚନାଯୋଗ୍ୟ, ଗତ ରବିବାର ଦିନ ମୁମ୍ବାଇରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ବାଇକ୍‌ରେ ଆସି କେହି ଅଜଣା ଦୁର୍ବୃତ୍ତ ୪.୫୦ ସମୟରେ ୫ ରାଉଣ୍ଡ ଗୁଳି ଫୁଟାଇ ଚାଲି ଯାଇଥିଲେ। ଏଥିମଧ୍ୟରୁ ଗୋଟିଏ ଗୁଳି ତଳେ ପଡ଼ିଥିବା ବେଳେ ବାକି ୩ଟି କାନ୍ଥରେ ବାଜିଥିଲା। ଅନ୍ୟ ଗୁଳିଟି ବାଲକୋନିରେ ଲାଗିଥିବା ଜାଲ ଚିରି ଭିତରକୁ ପଶି ଯାଇଥିଲା। ଦୁଇଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର ବୋଲି ପ୍ରଥମରୁ ଅନୁମାନ କରାଯାଉଥିଲା। ଯାହାଙ୍କ ନାମ ବିଶାଲ ରାହୁଲ ବୋଲି ଜଣାପଡ଼ିଛି। ପୁଲିସ ଦୁଇଜଣ ଗୁଲିମାଡ଼କାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୭ରେ ମାମଲା ରୁଜୁ କରିଛି। ତେବେ ସଲ୍‌ମାନଙ୍କ ବାପା ସଲିମ ଖାନ୍‌ଙ୍କ କହିବାନୁସାରେ ଚର୍ଚ୍ଚାରେ ରହିବା ପାଇଁ କେହି ଏପରି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    23 %
    2kmh
    0 %
    Thu
    22 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ