Saturday, April 19, 2025
41.2 C
Odisha

    ଘର ବାରଣ୍ଡାରୁ ବାଇକ ଚୋରି; ସିସିଟିଭି କ୍ୟାମେରାରେ କଏଦ ହେଲା ଘଟଣା ବେଳର ଦୃଶ୍ୟ

    ଆଗକୁ ପଢନ୍ତୁ

    ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନାଖରା ଛକରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ବାରଣ୍ଡାରୁ ଶନିବାର ବିଳମ୍ବିତ ରାତିରେ ବାଇକ ଚୋରି ନେଇ ଅଭିଯୋଗ ହୋଇଛି। ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଏହି ଚୋରି କରଥିବା ଦୃଶ୍ୟକୁ ସିସିଟିଭି କଏଦ କରିଛି। ସୂଚନା ଅନୁଯାଇ ନାଖରାଛକ ନିକଟରେ ଥିବା ରବୀନ୍ଦ୍ର ଜେନାଙ୍କ ପୁଅ ପରମେଶ୍ୱର ନିଜ ବାଇକ୍‌ (ଓଡି୦୧ଏଲ-୫୩୨୪) ଘର ବାରଣ୍ଡାରେ ରଖି ଘର ଭିତରେ ଶୋଇଥିଲେ । ହେଲେ ସକାଳୁ ଉଠି ଦେଖିବାକୁ ପାଇଥିଲେ କି ତାଙ୍କ ନିଜର ବାଇକ ଘର ବାରଣ୍ଡାରେ ନଥିଲା। ପରେ ସଙ୍ଗେ ସଙ୍ଗେ ଯାଇ ବୈଶିଙ୍ଗା ପୁଲିସ ଦ୍ୱାରା ନାଖରା ଛକରେ ଲାଗିଥିବା ସିସିଟିଭି ଫୁଟେଜ ଚେକ କରିଥିଲେ ଓ ଦେଖିବାକୁ ପାଇଥିଲେ କି ରାତି ପ୍ରାୟ ୨ଟା ୩୨ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସିଥିଲେ। ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିଲେ ଓ ପରେ ନିଜ ବାଇକରୁ ଓହ୍ଲାଇ ଯାଇ ପଲସର ବାଇକ ଚାବି ଭାଙ୍ଗି ବାଇକଟିକୁ ଗଡ଼ାଇ ଗଡ଼ାଇ ଗଡ଼ାଇ ରାସ୍ତା ପାର କରିଥିଲେ ଓ ପରେ ପୁଣି ଫେରି ଆସି ନିଜ ବାଇକ ନେଇ ଛୁ ମାରିଥିଲେ।

    ପରମେଶ୍ୱର ନିଜ ବାଇକ ଚୋରି ନେଇ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଥିଲେ ଓ ସିସିଟିଭି ଫୁଟେଜକୁ ମଧ୍ୟ ଦେଇଥିଲେ। ପୁଲିସ ଏଏସଆଇ ଭାବଗ୍ରାହୀ ମହାନ୍ତ ଏକ ମାମଲା ରୁଜୁ କରିବା ସହିତ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.2 ° C
    41.2 °
    41.2 °
    16 %
    3.9kmh
    10 %
    Sat
    41 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ