Thursday, September 19, 2024
25.2 C
Odisha

    ରାଜ୍ୟରେ କେମିତି ଅଛି ବାର୍ଡ ଫ୍ଲୁର ସ୍ଥିତି?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ରୋଗ ଜନିତ ବର୍ତ୍ତମାନର ସ୍ଥିତି ଏବଂ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାର୍ଡ ଫ୍ଲୁ ର ସ୍ଥିତି ଓ ତଦାରଖ ପାଇଁ ଆସନ୍ତା ୪ ଓ ୫ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ | ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟଙ୍କ ସହ ସମୀକ୍ଷା ବୈଠକ ଆଜି ହୋଇଯାଇଛି |
    ବୈଠକରେ ବିଏମସି ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ । ବର୍ତ୍ତମାନ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର ଚାରିଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି | ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇସାରିଥିବା ସ୍ଥଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି ।

    ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୫,୩୨୯ଟି କୁକୁଡ଼ା ମରାଯାଇଛି, ୮୪ ଗୋଟି ଅଣ୍ଡା ଏବଂ ୧୫,୩୮୦ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଅଛି । ଏ ପର୍ଯ୍ୟନ୍ତ ୧୦,୯୪,୫୭୨ ଟଙ୍କା କ୍ଷତିପୂରଣ ଅର୍ଥ ଭାବରେ କୃଷକମାନଙ୍କୁ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ