Wednesday, January 14, 2026
19.1 C
Odisha

    ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି। ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ। ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି। ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି। ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା। ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.1 ° C
    19.1 °
    19.1 °
    36 %
    1.2kmh
    5 %
    Wed
    27 °
    Thu
    28 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ