Sunday, September 27, 2026
29 C
Odisha

    ବିଜେଡ଼ି ସରକାରଙ୍କ ୫ ବର୍ଷର ପ୍ରଚାର ଖର୍ଚ୍ଚ ୪୫୨ କୋଟି ୯୬ ଲକ୍ଷ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତ ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ କହିଛନ୍ତି ଯେ ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ଏପରି କରି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିଲା।

    ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ପାଣ୍ଡିଆନ ହେଲିକପ୍ଟର ଯୋଗେ ବିଭିନ୍ନ ଜିଲା ଗସ୍ତ କରିଥିଲେ। ଏଥିଲାଗି ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସୂଚନା ଅଧିକାର କର୍ମୀ ଏନେଇ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଆର୍‌ଟିଆଇ ଜରିଆରେ ତଥ୍ୟ ମାଗିବାରୁ ତାର ହିସାବ ଚାଲିଥିବା ସରକାର ଉତ୍ତର ରଖିଛନ୍ତି।ଯାହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ନିକଟରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାରେ ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ