Sunday, October 4, 2026
28.6 C
Odisha

    ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେପିକୁ ପୁଣି ବିଜେଡିର ଟାର୍ଗେଟ: ‘୧୪୭ କ’ଣ ୮୦ ସିଟ୍ ପାଇଁ ବି ବିଜେପି ପାଉନି ପ୍ରାର୍ଥୀ’

    ଆଗକୁ ପଢନ୍ତୁ

    ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେତୁ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳ ମୁଖପାତ୍ର କହିଛନ୍ତି, ‘ ଓଡିଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ କେବଳ ତାଲିକା କରି ସେଥିରେ ନିର୍ବାଚନ ମଣ୍ଡଳୀର ନାଁ ଲେଖିଛି ହେଲେ ପ୍ରାର୍ଥୀଙ୍କ କଲମ୍ ଖାଲି ପଡିଛି । ଅପରାଧିକ କାମରେ ସମ୍ପୃକ୍ତ ଲୋକଙ୍କ ନାଁ ସେହି ତାଲିକାରେ ଲେଖୁଛନ୍ତି । ଗାଁ ଗଣ୍ଡାରେ ଦଳ ପ୍ରାର୍ଥୀ ଦରାଣ୍ଡିବା ଆରମ୍ଭ କଲାଣି । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଦଳ ଅପେକ୍ଷା କରିଛି କେଉଁଦିନ ୧୪୭ ଜଣଙ୍କ ନାଁ ତାଲିକା ପୂରଣ ହେବ ସେଦିନ ତାଲିକା ଘୋଷଣା ହେବ । ଏଯାଏଁ ୧୪୭ ତ ଦୂରର କଥା ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନହାଁନ୍ତି । ଏ ହେଉଛି ଆଜିର ଦିନରେ ରାଜ୍ୟରେ ବିଜେପିର ସ୍ଥିତି । ଯାହା ଦେଖି ରାଜ୍ୟବାସୀ ହୁସୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ