Saturday, April 11, 2026
24 C
Odisha

    “ସ୍ୱଚ୍ଛ ଭାରତ ଅଭିଯାନ”ଏକ ଆନ୍ଦୋଳନରେ ପରିଣତ ହୋଇଛି : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୧: ଦୀର୍ଘ ୫୦୦ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ୨୨ତାରିଖ ଦିନ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜାନୁୟାରୀ ୧୪ ରୁ ୨୨ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ‘ଶ୍ରମଦାନ’ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ରାମମନ୍ଦିର ପରିସରରେ ଅନୁଷ୍ଠିତ “ସ୍ୱଚ୍ଛ ତୀର୍ଥ ଅଭିଯାନ”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇ ମନ୍ଦିରରେ ଝାଡୁ, ପୋଛା ମାରି ‘ଶ୍ରମଦାନ’ କରିଛନ୍ତି । ଶ୍ରୀ ସାମଲ ସାଧାରଣ ଜନତା ଓ କାର୍ଯ୍ୟକର୍ତାମାନଙ୍କୁ ମଧ୍ୟ ସ୍ୱଚ୍ଛତା କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ଏହାଛଡା ମନ୍ଦିର ସଫେଇ କରିବା ସୌଭାଗ୍ୟର ବିଷୟ । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସଫେଇ ଅଭିଯାନ ବଜାୟ ରଖିବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ସାମଲ ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ “ଅଳିଆ ମୁକ୍ତ ସହର” ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ । ସାରା ଦେଶରେ ମନ୍ଦିରଗୁଡିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଦେଖାଦେଇଛି । ଏହି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ଦେବାଳୟ, ଶକ୍ତିପୀଠ, ଗ୍ରାମଦେବତୀଙ୍କ ମନ୍ଦିର ତଥା ତୀର୍ଥସ୍ଥାନକୁ ସ୍ୱଚ୍ଛ ପବିତ୍ର ରଖିବା ଅଭିଯାନରେ ଓଡ଼ିଶାବାସୀ ସାମିଲ ହୁଅନ୍ତୁ । ସେହିପରି ୨୨ ଜାନୁୟାରୀରେ ‘ରାମ ଜ୍ୟୋତି ପ୍ରଜ୍ୱଳନ’ କରି ଦୀପାବଳି ଉତ୍ସବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । “ସ୍ୱଚ୍ଛଭାରତ ଅଭିଯାନ” କାର୍ଯ୍ୟକ୍ରମ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ