Tuesday, September 29, 2026
22.7 C
Odisha

    ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ ଆଇନ ଭଙ୍ଗ କରିଥିବା ଅପରାଧୀ କର୍ପୋରେଟରମାନଙ୍କର ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ: ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୧/୦୩: ବ୍ରହ୍ମପୁର ମହାନଗର ନିଗମର ୪ଜଣ ବିଜେପି କର୍ପୋରେଟର ନୀଳକାନ୍ତ ସାହୁ, ରଞ୍ଜିତା ବେହେରା, ଡ.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡି ଦଳରେ ଯୋଗ ଦେବା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହୋଇଛି । ଏହା ଦଳ ବଦଳ ବିରୋଧୀ କାର୍ଯ୍ୟ ଅଟେ । ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ ୨୦୦୩ର ଧାରା ୧୧୨(କ) ଉଲଘଂନ କରାଯାଇଥିବାରୁ ଦଳ ବିରୋଧୀ ଆଇନ ଅନୁଯାୟୀ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ । ସେମାନେ ବ୍ରହ୍ମପୁରବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି । ସେମାନଙ୍କ ସଭ୍ୟପଦ ତୁରନ୍ତ ରଦ୍ଦ କରିବା ପାଇଁ ଆଜି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ମକଦ୍ଦମା ଦାୟର କରିଛନ୍ତି । ଏହି ପରିପ୍ରେକ୍ଷିରେ ଦଳର ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟାଳୟରେ ମକଦ୍ଦମା ଦାୟର କରିଛନ୍ତି ଏବଂ ଏହାକୁ ବିଚାର କରି କମିଶନ ତୁରନ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛି ।
    ଏହି ଅବସରରେ ଲିଗାଲ୍ ସେଲ୍‌ର ରବି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ପ୍ରବକ୍ତା ପ୍ରକାଶ ରଥ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ