Sunday, October 18, 2026
23.2 C
Odisha

    ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ନିଜ ସମର୍ଥକଙ୍କ ସହ ବିଜେପିରେ ହେଲେ ସାମିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୧/୦୩: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ନେତା କୋଦଣ୍ଡଧର ସାହୁ, ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ସନ୍ଥପୁରର ପୂର୍ବତନ ସରପଂଚ ପ୍ରଫୁଲ୍ଲ ବେହେରା, ଗୁଣ୍ଡୁରାପଶିର ପୂର୍ବତନ ସମିତି ସଭ୍ୟା ପ୍ରମିଳା ବେହେରା, ରତନପୁର ସମିତିସଭ୍ୟ ଜିତେନ୍ଦ୍ର ପ୍ରଧାନ, ଲେଥକାର ପୂର୍ବତନ ସରପଂଚ ଗୋବିନ୍ଦ ସେଠୀ, ଲେଥକା ପୂର୍ବତନ ସମିତି ସଭ୍ୟ ରଞ୍ଜନ ବେହେରା, ଲାଉଲରର ପୂର୍ବତନ ସରପଂଚ ଯୋଗେନ୍ଦ୍ର ସେଠୀଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ୱ ବିଜେଡି ନେତା ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ବିବି କାଟେଣୀ ଗ୍ରାମ ପଂଚାୟତର ଶିବାନନ୍ଦ ସାହୁ, ଗୋପାଳ ପ୍ରଧାନ, ବାପୁଜୀ ନାୟକ, ପ୍ରଭାକର ସାହୁ, ସଞ୍ଜୟ ପ୍ରଧାନ, ଭାପୁର ଗ୍ରାମ ପଂଚାୟତର ପ୍ରଫୁଲ୍ଲ ପଣ୍ଡା, ଚକ୍ରଧର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଅଶୋକ ସାହୁ, କଙ୍କଡାହାଣ୍ଡି ଗ୍ରାମ ପଂଚାୟତର ବେଣୁଧର ପଣ୍ଡା, ନାରାୟଣ ସାହୁ, କେଶବ ନାୟକ, ଶଙ୍କରପୁର ମଣ୍ଡଳର ଶଙ୍କରର୍ଶନ ଜେନା, ବାପୁଜୀ ସାହୁ, ଗୋବିନ୍ଦପୁର ଗ୍ରାମ ପଂଚାୟତର ଭାରତ ସାମଲ, ସଞ୍ଜୟ ସାହୁ, କୈଳାଶ ସାହୁ, ସିଏସ୍ ପ୍ରସାଦର ରାକେଶ କୁମାର ନାୟକ, ଗୌତମ କୁମାର ଧଳ, ରାମଚନ୍ଦ୍ର ନାଏକ, କାକୁଡିବାଗ ଗ୍ରାମ ପଂଚାୟତ କୁଳମଣୀ ବେହେରା, ଉମେଶ ବେହେରା, ସୁଦାମ ଭୋଇ, ବିମ୍ବଳା ବଟାକଟା ବିଜେପି କର୍ମୀ ଧନୀରାମ ନାଏକ, ଦୀପକ ନାଏକ, ଗନ୍ଦିଆ ଗ୍ରାମ ପଂଚାୟତର ବଳରାମ ଦାସ, ଭରତ ଚନ୍ଦ୍ର ସାହୁ, ଚନ୍ଦନ ନାୟକ, ପିଙ୍ଗୁଆ ଗ୍ରାମ ପଂଚାୟତର ପ୍ରଶାନ୍ତ ନାୟକ,ମାନସ ନନ୍ଦ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।
    ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ରାଜ୍ୟ ସଭାପତି ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ପୂର୍ବତନ ବିଧାୟକ ତଥା କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ରତିକାନ୍ତ ସାହୁ ଏବଂ ବିଷ୍ଣୁ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ