Sunday, September 20, 2026
23.4 C
Odisha

    ରାଜ୍ୟସାରା ୧୦ଲକ୍ଷ ବୃକ୍ଷରୋପଣ କରିବ କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୬/୦୯: ପରିବେଶ ପ୍ରଦୂଷଣ, ଜଳବାୟୁ ପରବର୍ତନ ଆଜିର ଦିନରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏହି ସମସ୍ୟାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ । କାରଣ ବୃକ୍ଷ ହିଁ ଜୀବନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାର ଗୁରୁତ୍ୱ ଉପଲବ୍ଧ କରି “ମା’ ପାଇଁ ଗଛଟିଏ” ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କର ଏହି ମହତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୋଦିଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବାପକ୍ଷ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ “ମା’ ପାଇଁ ଗଛଟିଏ” ଅଭିଯାନକୁ ବ୍ୟାପକ କରିବାକୁ ଯୋଜନା କରାଯାଇଛି । ଏନେଇ ରାଜ୍ୟ କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ବୈଠକରେ ରାଜ୍ୟସାରା ବୃକ୍ଷରୋପଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି ।
    ଆସନ୍ତା ୧୭ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲାସ୍ତର, ୨୧ରୁ ୨୫ ବିଧାନସଭା କ୍ଷେତ୍ର ଓ ୨୫ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ମଣ୍ଡଳ ଓ ଶକ୍ତିକେନ୍ଦ୍ରସ୍ତରରେ ବୃକ୍ଷରୋପଣ କରିବାକୁ ନିଷ୍ପତି ହୋଇଛି । ଏହି ଅବସରରେ ରାଜ୍ୟସାରା ୧୦ ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି । ଏହି ସମୟରେ ନିଜ ମା’ଙ୍କ ସହ ସେଲ୍‌ଫି ଫଟୋ ଉତୋଳନ କରି ସାମାଜିକ ଗଣମାଧ୍ୟମରେ ବ୍ୟାପକଭାବେ ପ୍ରଚାରପ୍ରସାର କରିବା ପାଇଁ ସେ ନିବେଦନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଏହାର ସୁପରିଚାଳନା ପାଇଁ ବିଧାୟକ ଆକାଶ ଦାସ ନାୟକ, ବରିଷ୍ଠ ନେତା ନାଉରି ନାୟକ, ସୁକେଶୀ ଓରାମ, ଅରନ୍ଦିମ ରାୟ, ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, ସଂଯୋଜକ ଜଗନ୍ନାଥ ମହାପାତ୍ର, ସନ୍ତୋଷ ବିଶ୍ୱାଳ, ଅଜୟ ସ୍ୱାଇଁ, ସୁରେନ୍ଦ୍ର କୁମାର ସେଠୀ, ନବକୃଷ୍ଣ ଦନ୍ତାଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ଜିଲାୱାରୀ ଦାୟିତ୍ୱ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.4 ° C
    23.4 °
    23.4 °
    96 %
    1.5kmh
    69 %
    Sun
    30 °
    Mon
    29 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ