Saturday, April 4, 2026
29 C
Odisha

    ବିଜୟ ପୂର୍ବରୁ ଉତ୍ସବ ପ୍ରସ୍ତୁତି! ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୋଦୀଙ୍କ ରୋଡ୍ ସୋ’, ଯୋଗଦେବେ ୩ ଲକ୍ଷ କର୍ମକର୍ତ୍ତା

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ ବୋଲି ସମସ୍ତ ଏକ୍ଜିଟ୍ ପୋଲ୍ ପୂର୍ବାନୁମାନ କରିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ସଠିକ୍ ପ୍ରମାଣିତ ହେଲେ ରାଜଧାନୀରେ ବିଜେପି ଜୋରଦାର ଉତ୍ସବ ପାଳନ କରିବ। ମିଳିଥିବା ସୂଚନା ଅନୁଯାୟୀ, ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକ କଲ୍ୟାଣ ମାର୍ଗରୁ ବିଜେପି ମୁଖ୍ୟ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ଭବ୍ୟ ରୋଡ୍ ସୋ କରିବେ। ଏଥିରେ ୨ରୁ ୩ ଲକ୍ଷ ଲୋକ ସାମିଲ ହୋଇପାରିବେ।

    ଏକଜିଟ୍ ପୋଲ୍ ଫଳାଫଳ ପରେ ବିଜେପି ବର୍ତ୍ତମାନ ଏକ ବଡ ଉତ୍ସବ ପାଇଁ ଯୋଜନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଜିତନ୍ତି ତେବେ ଏକ ଗ୍ରାଣ୍ଡ ରୋଡ ସୋ’ ହେବ। ସୂତ୍ରରୁ ପ୍ରକାଶ ଯେ ପିଏମ ମୋଦୀଙ୍କ ଏହି ଗ୍ରାଣ୍ଡ ରୋଡ ସୋ’ ଲୋକ କଲ୍ୟାଣ ମାର୍ଗରୁ ବିଜେପି କାର୍ୟ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୩ ଲକ୍ଷ କର୍ମକର୍ତ୍ତା ସାମିଲ ହେବେ। ଫଳାଫଳ ସପକ୍ଷରେ ରହିଲେ ଏକ ବଡ଼ ଉତ୍ସବ ହେବ ବୋଲି ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ବିଜେପି ନେତାମାନେ ମଧ୍ୟ ଭାରତ ମଣ୍ଡପମ, ଯଶୋ ଭୂମି ଏବଂ କର୍ତ୍ତବ୍ୟ ପଥ ଭଳି ସ୍ଥାନରେ ମତାମତ ନେଉଛନ୍ତି। ମୋଦୀ ସରକାରଙ୍କ ଶପଥ ଗ୍ରହଣ ପରେ ଏହି ସ୍ଥାନଗୁଡିକୁ ବଡ ଉତ୍ସବ ପାଳନ ପାଇଁ ଚୟନ କରାଯାଉଥିବା ଦେଖିବାକୁ ମିଳିଛି। ଏହାର ଅର୍ଥ ହେଉଛି ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ସେହି ଦିନ ଏହି ଗ୍ରାଣ୍ଡ ରୋଡ୍ ସୋ’ ଅନୁଷ୍ଠିତ ହେବ। ତେବେ ଅନ୍ତିମ ସ୍ଥାନ ଏପର୍ୟ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏକଜିଟ୍ ପୋଲ୍ ଫଳାଫଳରେ ପୁଣି ଥରେ ମୋଦୀ ସରକାରଙ୍କ ପୂର୍ବାନୁମାନ କରାଯାଇଛି। ଏଥିସହିତ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ