Saturday, October 3, 2026
24.7 C
Odisha

    ବିଜେପି ସମର୍ଥିତ ବ୍ୟକ୍ତି ନିଖୋଜ: ରାଜନୈତିକ ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହତ୍ୟା ଅଭିଯୋଗ ହୋଇଛି। ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ବିରୋଧୀ ଦଳ କର୍ମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ କଠୋର କାର୍ଯାନୁଷ୍ଠାନ କରିବାକୁ ସେ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି, ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ।

    ଡଗ ସ୍କ୍ୱାର୍ଡ ଦ୍ବାରା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଳଚରା ଗାଁର ସୁରଥ ନାଏକ ଗତକାଲି ସନ୍ଧ୍ୟା ୬ ଟାରୁ ନିଖୋଜ ଅଛନ୍ତି ।

    ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିବାବେଳେ ଏକ ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖି ନ ଥିଲେ । ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ମଧ୍ୟ କୌଣସି ତତ୍ପରତା ଦେଖାଇ ନ ଥିବା ଅଭିଯୋଗ ହୋଇଛି। ଘଟଣାରେ କିଛି ବିରୋଧୀ ଦଳ ନେତା ଓ କର୍ମୀଙ୍କ ସଂପୃକ୍ତି ଥିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ