Friday, September 20, 2024
24.1 C
Odisha

    ଗହ୍ମାପୂର୍ଣ୍ଣିମାରେ ଦେଖାଯିବ ନୀଳଜହ୍ନ, ଜାଣନ୍ତୁ ଏହାର ମହତ୍ତ୍ବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗହ୍ମାପୂର୍ଣ୍ଣିମା ବା ରକ୍ଷାବନ୍ଧନର ଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଅଟେ । କିନ୍ତୁ ଏଥର ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଅଗଷ୍ଟ ୧୯ରେ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ । ତେବେ ବ୍ଲୁ ମୁନ କଣ ଓ ଏହା ପଛର ବୈଜ୍ଞାନିକ କାରଣ କଣ ? ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେ ବେଳେ ପୃଥିବୀ ନିକଟକୁ ଆସିଥାଏ। ପୁଣି ବେଳେ ବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ । ଯେତେବେଳେ ଏହା ପୃଥିବୀର ସବୁଠାରୁ ନିକଟବର୍ତ୍ତି ହୋଇଥାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ । ତାହାକୁ ସୁପରମୁନ କୁହାଯାଏ । ଅନ୍ୟପକ୍ଷରେ ନୀଳଜହ୍ନ ବା ବ୍ଲୁମୁନ୍ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ୨ୟ ଟିକୁ କିମ୍ବା ଗୋଟିଏ ଋତୁରେ ଚାରିଟି ପୂର୍ଣ୍ଣିମା ପଡ଼ିଲେ ଏବଂ ତୃତୀୟ ପୂର୍ଣ୍ଣିମାକୁ ନୀଳ ଚନ୍ଦ୍ର କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । ଆହୁରି ମଧ୍ୟ ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ ।

    ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ୍ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଚନ୍ଦ୍ର ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ୍ ମେ ୩୧, ୨୦୨୬ରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ