Tuesday, March 24, 2026
31 C
Odisha

    ବିଜେପି ଟିକେଟରେ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ରଣାୱତ୍

    ଆଗକୁ ପଢନ୍ତୁ

    ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଅନେକ ଦିନ ଧରି ନୀରବତା ପରେ ଏହା ସ୍ପଷ୍ଟ କଲେ କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ ।ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ଚାଲିଆସୁଥିବାବେଳେ ଏବଂ ଏନେଇ ମୁହଁ ଖୋଲିଛନ୍ତି ବାପା ଅମରଦୀପ୍ । ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । କଙ୍ଗନାଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ , କଙ୍ଗନା ରାଣାୱତ ଲୋକସଭା ନିର୍ବାଚନ ଲଢୁଛନ୍ତି । ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ ବୋଲି ସେ କହିଛନ୍ତି।
    କଙ୍ଗନା ଦୁଇ ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୁଲ୍ଲୁ ସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ପରେ ତାଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏବେ କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ବାପା ସ୍ପଷ୍ଟ କରିଛନ୍ତି। ବଡ଼ କଥା ହେଉଛି କଙ୍ଗନା ଦୁଇ ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୁଲ୍ଲୁସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ପରେ ତାଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ସପ୍ତାହରେ ହିମାଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ସାମାଜିକ ସମାବେଶ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। କଙ୍ଗନା ମଧ୍ୟ ଏଠାରେ ପହଞ୍ଚି କହିଛନ୍ତି ଯେ ଆରଏସଏସର ବିଚାରଧାରା ତାଙ୍କ ଆଦର୍ଶ ସହ ମେଳ ଖାଉଥିବା କହିଥିଲେ। ତେବେ କଙ୍ଗନା ମଣ୍ଡି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ