Saturday, October 10, 2026
21.6 C
Odisha

    ପାକିସ୍ତାନକୁ ଇରାନର ଚେତାବନୀ : କହିଲା ଆଗ ନିଜ ବର୍ଡରକୁ କଣ୍ଟ୍ରୋଲ କର

    ଆଗକୁ ପଢନ୍ତୁ

    ଇରାନର ଏକ ପୋଲିସ୍ ଷ୍ଟେସନ ଉପରେ ହୋଇଥିବା ଉଗ୍ରପନ୍ଥୀ  ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ଇରାନର ସ୍ବର କଠୋର ହେବାରେ ଲାଗିଛି ।ଶୁକ୍ରବାର ଦିନ, ଇରାନର ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ରସ୍କରେ ଥିବା ପୋଲିସ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ୧୧ ଜଣ ଇରାନ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଯେ ‘ଆତଙ୍କବାଦ’ ବିରୋଧରେ ଲଢେଇ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।ଏଥି ସହିତ ଇରାନ ବର୍ତ୍ତମାନ ପାକିସ୍ତାନକୁ ନିନ୍ଦା କରିଛି ଏବଂ କହିଛି ଯେ ନିଜ ସୀମା ଉପରେ ପାକିସ୍ତାନର ନିୟନ୍ତ୍ରଣ ନାହିଁ । ଏହି ଆକ୍ରମଣ ପାଇଁ ଉଗ୍ରବାଦୀ ସଂଗଠନ ଜୈସ-ଅଲ-ଆଡଲ ଦାୟୀ, ଯାହା ଇରାନ ଦ୍ୱାରା ‘ଆତଙ୍କବାଦୀ’ ସଂଗଠନ ଘୋଷିତ ହୋଇଛି । ଏହି ସଂଗଠନ ଇରାନର ଦକ୍ଷିଣପୂର୍ବ ଅଞ୍ଚଳରେ ସକ୍ରିୟ ଯାହା ପାକିସ୍ତାନ ସୀମାକୁ ଲାଗିଛି ।

    ଇରାନର ଗୃହ ମନ୍ତ୍ରୀ କଣ କହିଲେ ?

    ଶନିବାର ଇରାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଅହମ୍ମଦ ଭାହିଡି ବାଲୁଚିସ୍ତାନର ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି ଯେଉଁଠାରେ ଉଗ୍ରବାଦୀ ଆକ୍ରମଣ ହୋଇଥିଲା । ତସ୍ନିମ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭାହିଡି କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଆମର ପଡ଼ୋଶୀମାନେ ସେମାନଙ୍କ ସୀମା ଉପରେ ନିୟନ୍ତ୍ରଣ ରଖିବେ ଏବଂ ଅଧିକ ସଜାଗ ରହିବେ କାରଣ ଆତଙ୍କବାଦୀ ଗୋଷ୍ଠୀ ସୀମା ପାରିରୁ ଆସିଛନ୍ତି ବୋଲି ଆମ ପାଖେ ପ୍ରମାଣ ଅଛି । ସେ କହିଛନ୍ତି, “ତେଣୁ ଆମେ ଆଶା କରୁଛୁ ପାକିସ୍ତାନ ସରକାର ନିଜ ସୀମାକୁ ନିୟନ୍ତ୍ରଣ କରିବେ ଏବଂ ଯେଉଁଠାରୁ ଆତଙ୍କବାଦୀ ଗୋଷ୍ଠୀ ସୀମା ପାର ହୋଇ ଆସୁଛନ୍ତି ଯାହାଦ୍ବାରା ଭବିଷ୍ୟତରେ ଏପରି ଆକ୍ରମଣକୁ ରୋକାଯାଇପାରିବ। ”ଇରାନର ଗୃହ ମନ୍ତ୍ରୀ କହିଛନ୍ତି ଯେ ସେମାନେ ଏକ ବଡ଼ ଧରଣର  ଆକ୍ରମଣର ଯୋଜନା କରିଥିଲେ ​​କିନ୍ତୁ ଏହା ବିଫଳ ହୋଇଥିଲା।  ୱାହିଡି ଇସ୍ରାଏଲକୁ ସିସ୍ତାନ-ବାଲୁଚିସ୍ତାନରେ କାର୍ଯ୍ୟ କରୁଥିବା ‘ଆତଙ୍କବାଦୀ’ ଗୋଷ୍ଠୀର ସମର୍ଥକ ବୋଲି ବର୍ଣ୍ଣନା କରିଛନ୍ତି।

    ପାକିସ୍ତାନ ସୀମାକୁ ନେଇ ସଂକଟ

    ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ସ୍ଥିତିକୁ ସୁଦୃଢ କରିବା ପାଇଁ ଇରାନର ପ୍ରୟାସ ଗତ କିଛି ବର୍ଷ ମଧ୍ୟରେ ସଫଳ ହୋଇପାରି ନାହିଁ ।ସୁରକ୍ଷା ବାହିନୀର କଡା କାର୍ଯ୍ୟ ସତ୍ତ୍ବେ ସଶସ୍ତ୍ର ଡ୍ରଗ୍ ଗ୍ୟାଙ୍ଗ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ଏବଂ ସୁନ୍ନି ଉଗ୍ରବାଦୀ ଗୋଷ୍ଠୀ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି।ଜୈସ-ଅଲ-ଆଡଲ ହେଉଛି ଏକ ମୁଖ୍ୟ ସୁନ୍ନି ଉଗ୍ରବାଦୀ ଗୋଷ୍ଠୀ ଯାହା କ୍ରମାଗତ ଭାବରେ ଇରାନର ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆସୁଛି । ନିକଟ ଅତୀତରେ ସେ ନିଜର ଆକ୍ରମଣକୁ ଜୋରଦାର କରିଛି ।ଚଳିତ ବର୍ଷ ଅଗଷ୍ଟ ମାସରେ ସୀମାରେ ଜଣେ ସୀମା ସୁରକ୍ଷା କର୍ମୀଙ୍କୁ ହତ୍ୟା କରାଯାଇଥିଲା । ଏବଂ ଜୁଲାଇ ୮ ରେ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରାଯାଇଥିଲା । ଜୁଲାଇ ୨୩ ରେ, ସଶସ୍ତ୍ର ମାଓବାଦୀଙ୍କ ସହ ସଂଘର୍ଷରେ ଅନ୍ୟ ଛ’ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା ।ଇରାନ ଏବଂ ପାକିସ୍ତାନର ଅଧିକାରୀ ତଥା ସାମରିକ କମାଣ୍ଡୋମାନେ ସୀମା ସୁରକ୍ଷା ବିଷୟରେ ଆଲୋଚନା କରନ୍ତି କିନ୍ତୁ ଇସ୍‌ଲାମାବାଦ ଇରାନର ସୁରକ୍ଷା ସମସ୍ୟାର ସମାଧାନ କରିବାରେ ସକ୍ଷମ ନୁହେଁ ।ନିକଟରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନର ପ୍ରତିରକ୍ଷା ସଚିବ ହାମୁଦ ଉଜ ଜମାନ ଖାନ ଇରାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର୍ ଜେନେରାଲ ମେହେଡି ଫରାହିଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ସଶସ୍ତ୍ର ସଂଗଠନକୁ ରୋକିବାରେ ସହଯୋଗ କରିବେ ବୋଲି ନିଶ୍ଚିତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ