Saturday, February 21, 2026
25.7 C
Odisha

    ବର୍ଡର-ଗାଭାସ୍କର ଟ୍ରଫି: ତୃତୀୟ ଦିନ ସୁଦ୍ଧା ଭାରତ ୩୫୮/୯

    ଆଗକୁ ପଢନ୍ତୁ

    ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶନିବାର ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ ଭାରତୀୟ ଦଳ ୯ ୱିକଟେ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୧୬ ରନ୍ ପଛୁଆ ରହିଛି। ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ। ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ପ୍ରଥମ ଅଧିବେଶନରେ ୧୫୦ ରନ୍ ସ୍କୋର କରିଥିବାବେଳେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟରେ ୪୫୪ ରହିଥିଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    24 %
    1.4kmh
    2 %
    Sat
    28 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ