Friday, March 13, 2026
24.5 C
Odisha

    ଶିକ୍ଷକଙ୍କୁ ଘରୁ ଉଠାଇ ନେଇ ବିବାହ କରାଇ‌ଲେ ପ୍ରେମିକାଙ୍କ ପରିବାରଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ଜମୁଇରେ ଜୋରଜବରଦସ୍ତି ଜଣେ ଶିକ୍ଷକଙ୍କ ବିବାହ କରାଯିବାର ଘଟଣା ସାମ୍ନାକୁ ଆସିଛି। ପୀଡିତ ଜଣକ ହେଉଛନ୍ତି ବିପିଏସସି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ‌ହୋଇଥିବା ଶିକ୍ଷକ। ସୂଚନାଯୋଗ୍ୟ, ପୀଡ଼ିତ ଯୁବକ ମୁକେଶ କୁମାର ବର୍ମା ବିପିଏସସି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବାପରେ ଖୁବ ଖୁସି ହୋଇଯାଇଥିଲେ। ତାଙ୍କ ପରିବାର ପୁଅ ଶିକ୍ଷକ ହେବାଖୁସିରେ ମିଠା ବାଣ୍ଟିଥିଲେ। ମୁକେଶ ଶିକ୍ଷକ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ୟା ଦେଖା ଦେଇଥିଲା। ମୁକେଶ ଶିକ୍ଷକ ହେବା ଜାଣିବା ପରେ ଜଣେ ଯୁବତୀ ଓ ତାଙ୍କ ପରିବାର ବିବାହ ପାଇଁ ଜୋର କରିଥିଲେ। ଏମିତିକି ଯୁବତୀଙ୍କ ପରିବାରଲୋକ ମୁକେଶଙ୍କୁ ଘରୁ ଉଠାଇ ନେଇ ବିବାହ କରାଇଥିଲେ। ଏହି ସମୟରେ ମୁକେଶ ଯୁବତୀଙ୍କ ପରିବାରଲୋକଙ୍କୁ ବିବାହ ନକରାଇବାକୁ ଗୁହାରି ବି କରିଥିଲେ। କିନ୍ତୁ ସେମାନେ କିଛି ଶୁଣି ନଥିଲେ।

    ଏହି ଘଟଣାର ଏକ ଭିଡିଓ ବି ଭାଇରାଲ ହୋଇଛି। ଯେଉଁଥି‌ରେ ମୁକେଶ ଯୁବତୀଙ୍କ ପରିବାରଲୋକଙ୍କୁ ଗୁହାରି କରି କହୁଛନ୍ତି, ‘ମୋତେ ମାରି ଦିଅ। ଆପଣମାନେ ସମସ୍ତେ ମିଶି ‌ମୋତେ ମାରି ଦିଅନ୍ତୁ, କିନ୍ତୁ ମୁଁ ନେହୁରା ହେଉଛି ମୋର ଏପରି ବିବାହ କରାନ୍ତୁ ନାହିଁ।’ ଏହି ଘଟଣାକୁ ନେଇ ଯୁବତୀ କହିଛନ୍ତି, ‘୨୦୧୫ରୁ ମୋର ମୁକେଶଙ୍କ ସହିତ ପ୍ରେମ ସମ୍ପର୍କ ଅଛି। ମୁକେଶ ମୋ ସହିତ ଫୋନରେ କଥା ହେବା ସହିତ ଅନେକ ଥର ଭେଟ ବି କରିଛି। କିନ୍ତୁ ଶିକ୍ଷକ ଚାକିରି ପାଇବା ପରେ ସେ ବଦଳିଗଲା। ମୋ ସହିତ କଥା ହେଲା ନାହିଁ କି ମୋ ଫୋନ ବି ଉଠାଇଲା ନାହିଁ। ମୁଁ ମୋ ପରିବାରକୁ ଏବିଷୟ‌ରେ ଜଣାଇବା ପରେ ସେମାନେ ମୁକେଶ ସହ ମୋର ବିବାହ କରାଇ ଦେଇଛନ୍ତି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ