Sunday, September 27, 2026
24.7 C
Odisha

    ଝିଅ ଇରାଙ୍କ ରିସେପ୍‌ସନ୍‌ ପାର୍ଟିକୁ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ଦିଲ୍ଲୀରେ ପହଞ୍ଚିଲେ ଆମୀର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ଶନିବାର ଦିନ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ ପାର୍ଟି ସହିତ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଓ ଜ୍ବାଇଁ ନୁପୂର ଶିଖରଙ୍କ ବବାହ ଉତ୍ସବ ଶେଷ ହେବାକୁ ଯାଉଛି। ରିସେପ୍‌ସନ ପୂର୍ବରୁ ଇରାଙ୍କ ବାପା ତଥା ଅଭିନେତା ଆମୀର ଖାନ୍‌ଙ୍କୁ ଗୁରୁବାର ଦିନ ଦିଲ୍ଲୀରେ ଦେଖିବାକୁ ମିଳିଛି। ଜାଣିବାକୁ ମିଳିିଛି ଯେ ଆମୀ‌ର ଦିଲ୍ଲୀ କିଛି ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ସୋସିଆଲ ମିଡିଆରେ ତାଙ୍କ ଦିଲ୍ଲୀ ଗସ୍ତର ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଇରା ଖାନ ଏବଂ ନୁପୂର ଶିଖରଙ୍କ ବିବାହ ଉତ୍ସବ ଗତ ସପ୍ତାହରେ ମୁମ୍ବାଇରେ ହୋଇଥିଲା। ଆସନ୍ତାକାଲି ବା ଜାନୁଆରି ୧୩ ତାରିଖରେ ସେମାନେ ନିଜ ବିବାହର ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟି ଦେବେ ବୋଲି ସୂଚନା ରହିଛି। ସେମାନଙ୍କ ଅତିଥି ତାଲିକାରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କେତେକ ବଡ଼ ନାମ ରହିଛି।

    ବଲିଉଡ ଅଭିନେତା ଅମୀର ଖାନଙ୍କ ଘରେ ଖୁସିର ବାତାବରଣ ରହିଛି। କାରଣ ତାଙ୍କ ଅଲିଅଳି କନ୍ୟା ଇରା ଖାନ ଦୀର୍ଘଦିନର ପ୍ରେମିକଙ୍କୁ ଗତ ଜାନୁଆରି ୩ ତାରିଖରେ ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ୍ କରିଥିବା ବେଳେ ଏବେ ଧୁମଧାମରେ ରିସେପ୍‌ସନ୍‌ ପାର୍ଟି ଦେବାକୁ ଯାଉଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ବି ଜୋର ଧରିଛି।

    ରେଜିଷ୍ଟରରେ ଦସ୍ତଖତ କରି ଇରାଙ୍କୁ ନୁପୂର ନିଜର ଜୀବନସାଥୀ କରିଛନ୍ତି । ତେବେ ଏହି ବିବାହ ପାଇଁ ନୁପୂର ହାଫ ପ୍ୟାଣ୍ଟ ଓ କଳାରଙ୍ଗର ଗଞ୍ଜି ପିନ୍ଧି ୮କିମି ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଇରାଙ୍କ ପାଖରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ