Monday, April 6, 2026
23.6 C
Odisha

    ପଞ୍ଚକୁଲାରେ ଖାତକୁ ଖସିଲା ଛୋଟ ପିଲାଙ୍କୁ ନେଇ ଯାଉଥିବା ବସ୍, ଅନେକ ଆହତ

    ଆଗକୁ ପଢନ୍ତୁ

    ପଞ୍ଚକୁଲା: ପଞ୍ଚକୁଲାରେ ଖାତକୁ ଖସିଲା ଛୋଟ ପିଲାଙ୍କୁ ନେଇ ଯାଉଥିବା ବସ୍। ଦୁର୍ଘଟଣାରେ ପ୍ରାୟ ୧୫ଜଣ ଛୋଟ ପିଲା ଆହତ ହୋଇଥିବା ଜଣାଯାଇଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ମୋରନୀର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ବସ୍ ପଞ୍ଚକୁଲାର ମୋରନୀ ନିକଟ ଟିକ୍କର ତାଲ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ଡ୍ରାଇଭର ତୀବ୍ର ବେଗରେ ବସ୍ ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ବସ୍ ଟିକ୍କର ତାଲ ରୋଡରେ ଥିବା ଥଲ ଗ୍ରାମ ନିକଟରେ ଓଲଟି ପଡି ଖାତକୁ ପଡ଼ିଯାଇଥିଲା।ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ପଞ୍ଜାବର ମଲେରକୋଟଲାସ୍ଥିତ ନନକାନା ସାହିବ ବିଦ୍ୟାଳୟର ପିଲା ଓ ଶିକ୍ଷକମାନେ ପଞ୍ଚକୁଲାର ମୋରନୀ ପାହାଡକୁ ବୁଲିବାକୁ ଯାଉଥିଲେ। ବସ୍ ହଠାତ୍ ଓଲଟି ପଡ଼ିବା ପରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ