Saturday, February 24, 2024
24.6 C
Odisha

    ପିକନିକ ସାରି ଫେରିବାବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ଗୁରୁତର ଅଛନ୍ତି । ବସରେ ୫୧ ଜଣ ଯାତ୍ରୀ ଥିବାବେଳେ ସମ୍ବଲପୁରରୁ ଚଣ୍ଡିଖୋଲକୁ ଯାଉଥିଲା | ମିଳିଥିବା ସୂଚନା ମୁତାବକ ଚଣ୍ଡିଖୋଲ ଅଂଚଳର ‘ନିରୁପମା’ ନାମକ ବସ ୫୧ ଜଣ ଯାତ୍ରୀଙ୍କୁ ନେଇ ହୀରାକୁଦ ଯାଇଥିଲା | ଆଉ ଏହା ସମ୍ବଲପୁର ହୀରାକୁଦରୁ ପିକନିକ ସାରି ଫେରୁଥିଲା | ଘଟଣାସ୍ଥଳରେ ମହାବିରୋଡ଼ ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    59 %
    2.2kmh
    9 %
    Sat
    30 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ