Thursday, May 9, 2024
38.5 C
Odisha

    ‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?…ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    ଜାନୁଆରୀ ୨୨ରେ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରଥମ ମହଲା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏବେ ଏହାକୁ ସଜ୍ଜିତ କରାଯାଉଛି । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି । କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ଏବଂ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁଧବାର ରତଲାମରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ତାଙ୍କୁ ଏନେଇ ପଚରାଯାଇଥିଲା । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ‘ ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କ’ଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ଯ୍ୟାଦା ରହିଛି । ରାମ ମନ୍ଦିରର ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ । କିନ୍ତୁ ଏଭଳି ଅୟୋଜନକୁ ମୁଁ ଯିବି ନାହିଁ’ । ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଛି ସେଥିରେ ମୁଁ ଏବଂ ଅନ୍ୟ ଜଣଙ୍କୁ ଯିବାକୁ ଅନୁମତି ରହିଛି । ଏହା ବ୍ୟତୀତ ଆଉ କିଛି ବି ଯୋଗାଯୋଗ କରାଯାଇନାହିଁ । ଏହି କାରଣରୁ ମୁଁ ସେ ଆୟୋଜନକୁ ଯିବିନାହିଁ । ଶ୍ରୀରାମ ମନ୍ଦିରକୁ ନେଇ ଯେଭଳି ଭାବେ ରାଜନୀତି ହେଉଛି ତାହା ଗ୍ରହଣୀୟ ନୁହେଁ’ । ଏହାସହ ଧର୍ମସ୍ଥଳ ଗୁଡିକୁ ଯେଭଳି ନବୀନକରଣ କରାଯାଇ କରିଡର ବନାଯାଉଛି ତାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.5 ° C
    38.5 °
    38.5 °
    27 %
    1.9kmh
    5 %
    Thu
    38 °
    Fri
    39 °
    Sat
    40 °
    Sun
    40 °
    Mon
    39 °

    ସମ୍ବନ୍ଧିତ