Monday, March 16, 2026
35.1 C
Odisha

    ନେପାଳରେ ନଦୀକୁ ଖସିପଡ଼ିଲା ବସ୍‌: ୧୪ ଜଣ ମୃତ

    ଆଗକୁ ପଢନ୍ତୁ

    ତାନାହୁନ୍‌: ନେପାଳାର ତାନାହୁନ ଜିଲ୍ଲାରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।
    ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗତ ଜୁଲାଇ ମାସରେ ବି ଏହିପରି ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଥିଲା ।
    ଯାତ୍ରୀବାହୀ ବସ୍‌ଟି ଯାଉଥିବା ବେଳେ ବାଟରେ ଏକ ନଦୀକୁ ଖସି ପଡ଼ିଥିଲା। ବସଟି ପୋଖରାରୁ ବାହାରି କାଠମାଣ୍ଡୁ ଆଡ଼େ ଯାଉଥିଲା। ବସଟି ନଦୀକୁ ଖସି ପଡ଼ିଛି ବୋଲି ଖବର ମିଳିବା ମାତ୍ରକେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।
    ୪୫ ଜଣିଆ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ବସ୍‌ଟି ଉତ୍ତରପ୍ରଦେଶର ଗୋରଖପୁରର ବୋଲି ଜଣାପଡ଼ିଛି। ତେବେ ବସ୍‌ରେ ଥିବା ଯାତ୍ରୀମାନେ ସବୁ କେଉଁ କେଉଁ ଜିଲ୍ଳାର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    22 %
    1kmh
    3 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ