Tuesday, September 29, 2026
28.1 C
Odisha

    ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥନା ଅଧୀନ ଶିକରପାଇ ଗାଁର ଜଣେ ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଚୋରି ହୋଇଛି। ଅନ୍ଧାର ରାତିର ସୁଯୋଗ ନେଇ ଡକାୟତମାନେ ଦୁଇ ଜଣ ମହିଳାଙ୍କୁ ନିଶା ଦ୍ରବ୍ୟ ସୁଘାଇ ଦେଇ ଏହି ଲୁଟ୍‌ କାମ କରିଛନ୍ତି। ଦୁର୍ବୃତ୍ତମାନେ ୪୦ ଭରି (୪୦୦ ଗ୍ରାମ୍‌) ସୁନା, ୨୦ଭରି ରୁପା ସମେତ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
    ଶିକରପାଇ ଗାଁର ମୂଖ୍ୟ ସଡ଼କରେ ରହୁଥିବା ବ୍ୟବସାୟୀ ଲାଡ଼ି ୱାସୁଙ୍କ ଘରେ ଚୋରମାନେ କଳାକନା ବୁଲାଇଛନ୍ତି। ବ୍ୟବସାୟୀ ଜଣକ କହିଛନ୍ତି ଯେ, ଘଟଣା ରାତିରେ ସେ ଘରେ ନଥିଲେ। ତାଙ୍କ ସ୍ତ୍ରୀ ଓ ଶାଶୂ ଶୋଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ବାଡ଼ି ପଟ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସ୍ତ୍ରୀ ଓ ଶାଶୂଙ୍କ ଶରୀର ଉପରେ ନିଦ୍ରା ଔଷଧ ସ୍ପ୍ରେ କରିଥିଲେ। ଏହା ପରେ ଆଲମାରୀ ଭାଙ୍ଗି ସୁନା ଓ ରୁପା ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ