Wednesday, September 9, 2026
24.5 C
Odisha

    ଏବେ ହ୍ବାଟ୍ସଆପରେ ମିଳିବ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କିତ ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍ କୋର୍ଟ। ଏବେ ଓକିଲ ଓ ଆବେଦନକାରୀମାନେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସେମାନଙ୍କ ମାମଲାର ଅପଡେଟ୍ ହ୍ୱାଟ୍ସଆପ୍ ରେ ପାଇପାରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଏହି ଘୋଷଣା କରି କହିଛନ୍ତି ଯେ ସୁପ୍ରିମକୋର୍ଟ ହ୍ଵାଟ୍ସଆପ୍ ମେସେଜ୍ ଜରିଆରେ ଓକିଲମାନଙ୍କୁ କାରଣ ତାଲିକା, ମାମଲା ଦାୟର ଏବଂ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ବିଷୟରେ ଅବଗତ କରାଇବେ।ହ୍ଵାଟ୍ସଆପ୍ ମେସେଜିଂ ସେବାକୁ ଆଇଟି ସେବା ସହ ମିଶାଇ ନ୍ୟାୟ ପାଇବା ସୁଗମ କରିବା ପାଇଁ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ଏହା ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏକ ବଡ଼ ପ୍ରଭାବ ପକାଇବ ଏବଂ କାଗଜ ସଞ୍ଚୟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ସମ୍ବିଧାନର ଧାରା ୩୯(ବି)ର ବ୍ୟାଖ୍ୟା ଉପରେ ବିଚାର କରିବାକୁ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବସିଥିବା ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ସକାଳେ ଏହି ଘୋଷଣା କରିଛନ୍ତି।

    ସୁପ୍ରିମକୋର୍ଟର ହ୍ଵାଟ୍ସଆପ୍ ନମ୍ବରରୁ ଆଇନଜୀବୀମାନେ ମାମଲା ଦାୟର ସମ୍ପର୍କରେ ସ୍ୱୟଂଚାଳିତ ମେସେଜ୍ ପାଇବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏତଦ୍ ବ୍ୟତୀତ ଓକିଲମାନଙ୍କୁ ମୋବାଇଲରେ ଗୋଟିଏ ଦିନ ପାଇଁ ତାଲିକାଭୁକ୍ତ ମାମଲା ତାଲିକା ମଧ୍ୟ ଉପଲବ୍ଧ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    95 %
    1.5kmh
    100 %
    Wed
    25 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ