Tuesday, March 24, 2026
24.7 C
Odisha

    ମଣିପୁରରେ ପୁଣି ହିଂସା କାଣ୍ଡ, ଆଫସ୍ପା ହଟାଇବାକୁ କେନ୍ଦ୍ରକୁ ସୁପାରିସ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଇମ୍ଫାଲ: ମଣିପୁର ସରକାର ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳରୁ ଆଫସ୍ପା ର ସମୀକ୍ଷା ଓ ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ହିଂସା ପ୍ରପୀଡ଼ିତ ଜିରିବାମ ସମେତ ମଣିପୁରର ୬ଟି ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନକୁ ପୁନଃ ଲାଗୁ କରିଛନ୍ତି। କେନ୍ଦ୍ରକୁ ଯୁଗ୍ମ ସଚିବ (ଗୃହ) ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି ଯେ ନଭେମ୍ବର ୧୫ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହା (ଆଫସ୍ପାପୁନଃ ପ୍ରଚଳନ) ଉପରେ ବିଚାର ବିମର୍ଶ କରାଯାଇଛି ଏବଂ କେନ୍ଦ୍ର ସରକାରଙ୍କୁ ଏହାର ସମୀକ୍ଷା କରି ଏହାକୁ ପ୍ରତ୍ୟାହାର ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଛି। ”

    ଆଫସ୍ପା ୧୯୫୮ର ଧାରା ୩ ଅନୁଯାୟୀ ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଜନସ୍ୱାର୍ଥ ଦୃଷ୍ଟିରୁ ୧୪-୧୧-୨୦୨୪ ତାରିଖର ବିଜ୍ଞପ୍ତିର ସମୀକ୍ଷା ଓ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି। ”

    ଉଲ୍ଲେଖଯୋଗ୍ୟ, ମୃତ୍ୟୁ ହୋଇଥିବା ୬ ଜଣଙ୍କ ମଧ୍ୟରେ ଜଣେ ଜଣେ ମହିଳା, ତାଙ୍କ ୨ ଝିଅ ଏବଂ ୩ ନାତି ନାତୁଣୀ ଥିଲେ। ଇତିମଧ୍ୟରେ ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ଏହି ୬ ଜଣଙ୍କୁ ହତ୍ୟା ଘଟଣାର ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିବାରୁ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ୭ ଜିଲ୍ଲା‌ରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୌବାଲ୍‌, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ବନ୍ଦ ରହିଛି। ଇମ୍ଫାଲରେ ଆଜି ଉତ୍ତ୍ୟକ୍ତ ଜନତା କୁକି ଉଗ୍ରପନ୍ଥୀଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ବାସଭବନକୁ ଘେରିଯିବା ସହ ଧସେଇ ପଶିବାକୁ ପ୍ରୟାସ କରିବାରୁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ସହିତ ଉତ୍ତ୍ୟକ୍ତ ଜନତା ୨ ଜଣ ମନ୍ତ୍ରୀ ଓ ୩ ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୧ ତାରିଖରେ ବୋରବେକ୍ରା ଅଞ୍ଚଳର ଏକ ଥାନା ଉପରେ କିଛି ଲୋକ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଏହି ଆକ୍ରମଣର ମୁକାବିଲା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ ହୋଇଥିଲେ। ଏହାର ଜବାବରେ ଉଗ୍ରପନ୍ଥୀମାନେ ଥାନା ନିକଟସ୍ଥ ଏକ ରିଲିଫ୍‌ ଶିବିର ଉପରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିବା ସହ ୬ ଜଣଙ୍କୁ ଅପହରଣ କରିନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ