Tuesday, May 20, 2025
35.2 C
Odisha

ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଗକୁ ପଢନ୍ତୁ

ଆଜି ଗଞ୍ଜାମ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମେଗା ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ୍ ଜୋନ୍ର ଗୋପାଳପୁର ଶିଳ୍ପ ପାର୍କରେ ଏହି ୟୁନିଟ୍ ସ୍ଥାପନ ହେବ । ଏହା ସହ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଶେରଗଡ଼ ଓ ବ୍ରହ୍ମପୁର ଉପକଂଠ ଶିତଳାପଲ୍ଲୀଠାରେ ସାଧାରଣ ସଭାରେ ଯୋଗଦେବେ । ଏହି ଦୁଇ ସ୍ଥାନରେ ଅନେକ ମେଗା ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ ଆଲୋଚ୍ୟ ପ୍ରକଳ୍ପରେ ୨୭ ହଜାର କୋଟି ଟଙ୍କା ନିବେଶ ହେବ । ଏହା ମାଧ୍ୟମରେ ୪ ହଜାର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଅଭଡା ଗ୍ରୀନ୍ ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଏହାର ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ କରିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
scattered clouds
35.2 ° C
35.2 °
35.2 °
41 %
5.2kmh
49 %
Tue
34 °
Wed
40 °
Thu
39 °
Fri
36 °
Sat
37 °

ସମ୍ବନ୍ଧିତ