Monday, April 13, 2026
33 C
Odisha

    ପାଣ୍ଡିଆନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭି.କେ. ପାଣ୍ଡିଆନ ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହି ଘଟଣା ନିନ୍ଦନୀୟ। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ପାଣ୍ଡିଆନ କାମିଆଙ୍କୁ ନେଇ ମନ୍ଦିରକୁ ଯାଇଛନ୍ତି, ତେବେ ନବୀନ ବାବୁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। କୋଉ ଓଡ଼ିଆ ଭାବି ନଥିଲେ ଏଭଳି ହେଉ ବୋଲି,ଏହା ଅତ୍ୟନ୍ତ ନିନ୍ଦନୀୟ। ଜଗନ୍ନାଥଙ୍କୁ ସାରା ପୃଥିବୀ ମାନୁଛି, କଂଗ୍ରେସର ଦାବି ନବୀନ ବାବୁ କ୍ଷମା ମାଗନ୍ତୁ।

    ଏଣେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ପାଣ୍ଡିଆନ ସବୁବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସବୁ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି, ତେବେ ପାଣ୍ଡିଆନ ଓ ମନ୍ଦିର ପ୍ରଶାସକଙ୍କୁ କୈଫିୟତ ମାଗିବେ କି? ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ। କାରଣ ଯେଉଁ ଭିଡିଓ ଅଛି ସେଥିରେ କାମିଆ ଗୋ ମାଂସ ଭକ୍ଷଣକୁ ପ୍ରମୋଟ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ କ୍ଷମା ନ ମାଗିବେ, ତେବେ ଆଗାମୀ ଦିନରେ କଂଗ୍ରେସ ଚରମ ପଦକ୍ଷେପ ନେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ