Tuesday, July 8, 2025
25.3 C
Odisha

    ୯ ମାସ ପରେ ଜେଲରୁ ମୁକୁଳିଲେ ମନୀଷ କାଶ୍ୟପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଜେଲରେ ଟ୍ୟୁବର ମନୀଷ କାଶ୍ୟପ ଦୀର୍ଘ ୯ ମାସ ପରେ ପାଟନା ହାଇକୋର୍ଟରୁ ସର୍ତ୍ତମୂଳନ ଜାମିନ ପାଇଛନ୍ତି । ବିହାରର ବିୟୂ ଜେଲରେ ସେ ରହିଥିଲେ । ତାମିଲନାଡୁ ଜେଲକୁ ପଠାଯିବ ବୋଲି କୁହାଯାଇଥିଲା । ମାତ୍ର ସେ ୯ ମାସ ଧରି ବିବାହରରେ ଜେଲରେ ରହିଥିଲେ । ତେବେ ଜେଲରୁ ମୁକୁଳିବା ପରେ ମନୀଷ ନିଜର ପ୍ରତିକ୍ରିୟାରେ କହିଥିଲେ କି, ବିହାରରେ କଂସ ସରକାର ଚାଲିଛି । ମାତ୍ର ବେଶି କିଛି କହିବାର ସୁଯୋଗ ପାଇ ନଥିଲେ । ସେ ମୁକୁଳିବାବେଳେ ଜେଲ ସମାନାରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା । କାର ପାଖରେ ଲୋକମାନେ ଗହଳି କରିଥିବାବେଳେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ସୂଚନା ଥାଉକି, ମାର୍ଚ୍ଚ ୧୨, ୨୦୨୩ ତାରିଖରେ ସେ ଜେଲ ଯାଇଥିଲେ । ତାମିଲନାଡୁରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହାତଗୋଡ଼ ବନ୍ଧା ହୋଇଥିବା ଜଣେ ବ୍ୟକ୍ତିଙ୍କ ଭିଡିଓକୁ ନିଜ ୟୁଟ୍ୟୁବରେ ଅପଲୋଡ କରିଥିଲେ । ଏହା ଜନତାଙ୍କ ଭାବାବେଗକୁ କୁଠାରଘାତ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତାମିଲନାଡ଼ୁ ସରକାର ଏନଏସଏ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ତାଙ୍କୁ ଜେଲ ହୋଇଥିଲା । ତାଙ୍କୁ ଗିରଫ କରାଯିବା ପରେ ବହୁ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    84 %
    4.1kmh
    100 %
    Tue
    26 °
    Wed
    24 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ