Sunday, September 27, 2026
22.3 C
Odisha

    ସୁନେଲି ଆଲୋକରେ ଝଲସିବ ମେଘନାଦ ପାଚେରୀ, ସମୀକ୍ଷା ପରେ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ପୁରୀ/ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ପ୍ରତିଷ୍ଠାକୁ ନେଇ ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିର ଚତୁର୍ପଶ୍ୱ ଓ ଶ୍ରୀସେତୁ, ଶ୍ରୀଦାଣ୍ଡ ଦେଖିବା ସହ ମେଘନାଦ ପାଚେରୀର ସୌନ୍ଦର୍ଯ୍ୟୀକରଣକୁ ଅନୁଧ୍ୟାନ କରିଥିଲେ। ତେବେ ଧଳା ଲାଇଟ ବଦଳରେ ସୁନେଲି ଲାଇଟରେ ମେଘନାଦ ପାଚେରୀକୁ ଆଲୋକିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୁଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସଫଳ ପାଇଁ ସମସ୍ତ ବ୍ୟବସ୍ଥାର‌  ଅନୁଧ୍ୟାନ କରିଥିଲେ। ଯଜ୍ଞସ୍ଥଳ ସହ ଦର୍ଶନ ବ୍ୟବସ୍ଥା, ସଭାସ୍ଥଳର‌ ଅନୁଧ୍ୟାନ ବେଳେ ଜିଲ୍ଲାପାଳ, ଆଇଜି ଓ ଏସ୍‌ପିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି, ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣପତ୍ର ଆସିଛି। କିନ୍ତୁ ମୁଁ ଯଦି ଅନୁଭବ କରିବି ଏବଂ ଜଗନ୍ନାଥଙ୍କର ଯଦି ଡୋରି ଲାଗେ ନିଶ୍ଚୟ ଯିବି। ତେବେ ଯେପରି ଭାବେ ପରିକ୍ରମା ରଥ ବୁଲୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଭୁ ଜଗନ୍ନାଥଙ୍କ ଫଟୋ ସହିତ ଆଉ ଯେଉଁମାନଙ୍କର ଫଟୋ ଲାଗିଛି। ସେ ଫଟୋ ଲାଗିବା ପଛରେ ଉଦ୍ଦେଶ୍ୟ କଣ? ଏହା ରାଜନୀତି ନୁହେଁ ତ? ଏ କଥା ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆ ଏବଂ ଭାରତବର୍ଷର ଯେତେ ଜଗନ୍ନାଥପ୍ରେମୀ ଅଛନ୍ତି ଏହାକୁ ଖୁବ ନିକଟରୁ ଦେଖୁଛନ୍ତି। ଜଗନ୍ନାଥ ତାଙ୍କର ବିଚାର କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ