Saturday, April 4, 2026
25.6 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପୁରୀରେ ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି। ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଛନ୍ତି।
    ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ। ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମାଗାର, ଶୌଚାଳୟର ସମୀକ୍ଷା।ଶ୍ରୀ ସେତୁ ସମୀକ୍ଷା ପରେ ଆରମ୍ଭ ହୋଇଛି ବୈଠକ। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା। ପୁରୀକୁ ବ୍ଲାନ୍କେଟ୍ ସିକ୍ୟୁରିଟିରେ ରଖାଯିବ। ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ସିସିଟିଭି ବଳୟରେ ରହିବ ପୁରୀ ସହର। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାରଙ୍କ ସୂଚନା। ୧୨ରୁ ଶ୍ରୀସେତୁ ସ୍ବାଗଣ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ସମଙ୍ଗ ମୌଜାରେ ପାର୍କିଂ ପରେ ସେଠାରୁ ଶ୍ରଦ୍ଧାଳୁ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ। ଜଗନ୍ନାଥ ବଲ୍ଲଭରେ‌ ଗୁଆ ଚାଉଳ, ନଡିଆ ସଂଗ୍ରହ କରାଯିବ। ସମଙ୍ଗ ପାର୍କିଂ କୁ ଦୁଇଟି ରାସ୍ତା କରାଯିବ।

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ପାଇଁ ପୁରୀକୁ ଉତ୍ସବ ମୁଖରିତ କରାଯିବ। ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବାକୁ ଯାଉଛି। ରଥଯାତ୍ରା ସମୟରେ ଯେଉଁଭଳି ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା କୋଠାର ଛାତ ଉପରେ ବସି ଭକ୍ତମାନେ ପହଣ୍ଡି ଆଦିର ଦର୍ଶନ କରିବାକୁ ସୁଯୋଗ ପାଇଥାନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା ସମସ୍ତ ମଠ ଓ ଧର୍ମଶାଳାର ଛାତକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଡୁଡୁୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗର ପଠାଘର ଓ ସିଂହଦ୍ବାର ସୂଚନାକେନ୍ଦ୍ରର ପରିଚାଳକମାନଙ୍କୁ ଏହି ଚିଠି କରିଛନ୍ତି। ଏହି କୋଠାକୁ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଯିବ ବୋଲି ଚିଠି ହୋଇଛି। ଏହି କୋଠାମାନଙ୍କରେ ଛାମୁଣ୍ଡିଆ ବନ୍ଧାଯାଇ ଏଠାରେ ଭକ୍ତମାନଙ୍କୁ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ