Wednesday, September 30, 2026
23.8 C
Odisha

    ଏଲଏସିରେ ଭାରତର ବଡ ପଦକ୍ଷେପ, ଭୟରେ ଚୀନ୍

    ଆଗକୁ ପଢନ୍ତୁ

    ଦିନକୁ ଦିନ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି । ଏଲଏସିରେ ଉତ୍ତେଜନା ବଢୁଥିବା ବେଳେ ଭାରତର ଏକ ଦୃଢ ପଦକ୍ଷେପ ନେଇଛି । ସୀମାନେ ସେନା ସଂଖ୍ୟା ବଢାଉଛି ଭାରତ । ଯାହାକୁ ନେଇ ଭୟବିତ ହୋଇଉଠିଛି ଚୀନ୍ । ଏବଂ ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଗୁହାରି କରୁଛି ।ନିଜର ପରିଚୟକୁ ଗୋପନ ରଖି ଏକ ଜାତୀୟ ଗଣମାଧ୍ୟକୁ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି, ସୀମାକୁ ଆହୁରି ମଜବୁତ କରିବା ପାଇଁ ଏଲଏସିର ପଶ୍ଚିମ ଭାଗରେ ୧୦ହଜାର ସୈନ୍ୟ ବିଶିଷ୍ଟ ଏକ ଟିମ୍ ମୁତୟନ କରାଯାଇଛି । ସେନା ଅଧିକାରୀଙ୍କ କହିବା ଅନୁସାରେ, ବିବାଦୀୟ ସୀମା ନିକଟରେ ପୂର୍ବରୁ ୯ହଜାର ସୈନ୍ୟ ମୁତୟନ ଥିଲେ । ଏବେ ଆଉ ଏକ ଟିମକୁ ସେଠାରେ ମୁତୟନ କରାଯାଇଛି । ପୂର୍ବରୁ ଥିବା ଟିମ୍ ନବନିର୍ମୀତ ଟିମ୍ ସହ ମିଳିତ ଭାବେ ବିବାଦୀୟ ସୀମାର ସୁରକ୍ଷା କରିବେ ।ଭାରତର ଏହି ପଦକ୍ଷେପ ପରେ ଭୟବିତ ହୋଇଯାଇଛି ଚୀନ୍ । ଚୀନର ବୈଦେଶିକ ମନ୍ତ୍ରୀ ଭାରତର ଏହି ପଦକ୍ଷେପକୁ ନେଇ କହିଛନ୍ତି । ସୀମାନେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ପାଇଁ ଚୀନ୍ ଭାରତ ସହ ମିଳିତ ଭାବେ କାମ କରିବ । ସୀମାନେ ଭାରତ ଏପରି ସେନା ମୁତୟନ କରିବା ଦ୍ୱାରା ଶାନ୍ତି ବଜାୟ ରହିପାରିବ ନାହିଁ । ଅନ୍ୟପଟେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ଗଣମାଧ୍ୟମର ମାର୍ତ୍ତ ୭ତାରିଖରେ ଏକ ସାକ୍ଷାତକାରରେ କହିଛନ୍ତି, ଆମେ କେବେ କାହାର ଜମି ଅଧିଗ୍ରହଣ କରିନାହୁଁ । କିନ୍ତୁ ଆମର ସୀମା ପାର କରି ଯିଏ ଆମ ସହ ଲାଗିବାକୁ ଚେଷ୍ଟା କରିବା ତାକୁ ଉଚିତ୍ ଯବାବ ଦେବ ଭାରତ । ବର୍ତ୍ତମାନ ମୁହଁତୋଡ୍ ଯବାବ ଦେବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ