Thursday, November 6, 2025
21 C
Odisha

    ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି

    ଆଗକୁ ପଢନ୍ତୁ

    ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ କୋଟିି ଟଙ୍କା । ଆଗାମୀ ୧୦ ବର୍ଷ ପାଇଁ ଏହି ବଜେଟ ହେବ । ଏଥିସହ ସରକାର ଲାଗୁ କରିବେ ନୂଆ-ଓ ଛାତ୍ରବୃତ୍ତି । ଯେଉଁଥିରେ ବର୍ଷକୁ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଏବଂ ଛାତ୍ରଙ୍କୁ ୧୨ ହଜାର ଟଙ୍କା ଦିଆଯିବ । ଏହି ସ୍କଲାରସିପ୍ କଲେଜର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ତେବେ ଇସ୍ତାହାରରେ ସବୁଠାରୁ ବଡ ଘୋଷଣା ହେଉଛି ଆଗାମୀ ୫ ବର୍ଷରେ ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି । ଯାହା ଯୁବପୀଢୀଙ୍କୁ ସଶକ୍ତ କରିବା ସହ ନୂଆ ଓଡିଶା ନିର୍ମାଣର ସ୍ୱପ୍ନକୁ ସାକାର କରିବ ବୋଲି ନବୀନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21 ° C
    21 °
    21 °
    77 %
    1.4kmh
    2 %
    Thu
    21 °
    Fri
    28 °
    Sat
    27 °
    Sun
    25 °
    Mon
    26 °

    ସମ୍ବନ୍ଧିତ